ସାରୁଅ ଭଳି ଅସ୍ତରଙ୍ଗରେ ଦଳିତଙ୍କ ଏକର ଏକର ଜମିକୁ ଓଡିଶା ଇନଫ୍ରାଟେକ ଚଞ୍ଚକତା କରି ହାତେଇ ଥିବା ଅଭିଯୋଗ

ଭୁବନେଶ୍ୱ : ସାରୁଅ ଜମି କେଳେଙ୍କାରି ପରେ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ସମାନ ଅଭିଯୋଗ । ଶିଶୁଆ ପଞ୍ଚାୟତର ବିଭିନ୍ନ ଗାଁରେ ଏକର ଏକର ଜମି ଓଡିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ ହୋଇଛି । ଅସ୍ତରଙ୍ଗରେ ତଣ୍ଡାହାର, ଛେନୁ, ଉଦୟକଣି ଗାଁର ଶହ ଶହ ଏକର ଜମି ବୈଜୟନ୍ତ ପଣ୍ଡା ଓ ତାଙ୍କ ସହଯୋଗୀମାନେ ଓଡିଶା ଇନଫ୍ରାଟେକ କମ୍ପାନୀ ନାଁରେ କିଣିଛନ୍ତି । ଉପକୂଳବର୍ତୀ ଗାଁକୁ ସମୁଦ୍ର ମାଡ଼ି ଆସୁଥିବାରୁ ଗାଁ ଲୋକେ ବୈଜୟନ୍ତଙ୍କୁ ଶାଗ ମାଛ ଦରରେ ଜମି ବିକିଛନ୍ତି ।

ସମୁଦ୍ର ଭିତରେ ଲୁଚି ଯାଇଥିବା ଗାଁର ଅଧିକାଂଶ ଅଂଶ ଏବେ ବୈଜୟନ୍ତ ଓ ତାଙ୍କ କମ୍ପାନୀ ନାଁରେ ରହିଛି । ଚିଙ୍ଗୁଡ଼ି ଘେରି କରିବା ନାଁରେ ଜମି କିଣିବା ପରେ ନିଜେ ବୈଜୟନ୍ତ ପଣ୍ଡା ଆସି ଜମି ମାପ କରିବାରୁ ଜମିର ଅସଲି କ୍ରେତା ବୈଜୟନ୍ତ ପଣ୍ଡା ବୋଲି ଜଣାପଡିଥିଲା । ତେବେ ସାରୁଅ ଭଳି ଏଠି ମଧ୍ୟ ଦଳିତଙ୍କ ଜମିକୁ ଚଞ୍ଚକତା କରି କିଣିଥିବା ଅଭିଯୋଗ ହୋଇଛି ।

odisha infra tech land scam jay panda