ଏପ୍ରିଲ ୧୫ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ଏପ୍ରିଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବା ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ଜନିତ ଆସନ୍ନ ବିପତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତି କୁ ବିଚାର କରି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ୨୦୨୦ ମାର୍ଚ୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ସ୍ଥିର କରାଯାଇଛି ।

କିନ୍ତୁ, ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ଅଟକାଇ ରଖାଯାଇ ନ ପାରିବା ଭଳି ମାମଲାଗୁଡ଼ିକୁ ଜରୁରୀଭିତିରେ ଶୁଣାଣି କରାଯିବ । ଏଥିପାଇଁ ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ drj.od-hc@gov.in ଜରିଆରେ ଡେପୁଟି ରେଜିଷ୍ଟାରଙ୍କ (ଜୁଡିସିଆଲ୍) ନିକଟରେ ଆଗତ କରିବାକୁ ପଡ଼ିବ ।