ବର୍ଷାରେ ବେହାଲ ସ୍ମାର୍ଟସିଟି

ଭୁବନେଶ୍ୱର:ପୁଣି ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । ଯାହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଦୁଇଦିନ ହେବ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି ।

ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ହାଲ ବେହାଲ ହୋଇପଡ଼ିଛି । ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ସାଧାରଣ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରସୁଲଗଡ଼ ଓଭର ବ୍ରିଜ , ସାମନ୍ତରାପୁର ଭଳି ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ  ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି  । ପୂର୍ବରୁ ଏପରି ଅବସ୍ଥା ଦେଖା ଦେଉଥିବା ବେଳେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ପରିସ୍ଥିତିର ପୁନରାବୃତ୍ତି  ହୋଇଛି । କେବଳ କାଗଜ କଲମରେ ରହିଯାଉଛି ପ୍ରତିଶ୍ରୁତି । 

ପାର୍ବଣ ଋୁତୁ ଆରମ୍ଭ ହୋଇସାରିଛି । ଗୋଟିଏ ପଟେ ଦଶହରା ମେଢ ପ୍ରସ୍ତୁତି ଚାଲିଥିବା ବେଳେ ରାଜଧାନୀ ଲଗାଣ ବର୍ଷା କାରଣରୁ ଅଧିକାଂଶ ରାସ୍ତା ଉପରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି । ତଥାପି ପ୍ରଶାସନ ସାଜିଛି ନିରବଦଷ୍ଟା ।