ଏଣିକି ୭୦ରେ ଅବସର ନେବେ ଚୁକ୍ତିଭିତ୍ତକ ଡାକ୍ତର

ଭୁବନେଶ୍ବର: ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ଆହୁରି ୨ ବର୍ଷ ବୃଦ୍ଧି ହୋଇଛି । ୬୮ ରୁ ୭୦ବର୍ଷକୁ ବଢାଇଲେ ରାଜ୍ୟ ସରକାର । ନିୟମିତ ନିଯୁକ୍ତି ସରିବା ପର‌୍ୟ୍ୟନ୍ତ ନିୟମ ବଳବତ୍ତର ରହିବ ।

ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ସୀମାକୁ ୭୦ ବର୍ଷକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୬୮ ବର୍ଷ ରହିଥିବା ବେଳେ ନିୟମିତ ଡାକ୍ତର ପଦ ପୂରଣ ପର‌୍ୟ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦ ବର୍ଷ ରହିବ ବୋଲି ଜଣାପଡିଛି ।ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ପୂର୍ବରୁ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୬୭୧୯ଟି ଡାକ୍ତର ପଦବୀ ଥିବାବେଳେ ଗତମାସରେ ସରକାର ଆଉ ଦୁଇ ହଜାର ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି । ତେବେ ଖାଲି ପଡ଼ିଛି ୩୨୮୮ଟି ନିୟମିତ ଡାକ୍ତର ପଦ ।