ରାଜ୍ୟ ବାହାରେ ଥିବା ୪୦ ହଜାରେ ଶ୍ରମିକଙ୍କ ପାଖରେ ସୁବିଧା ପହଞ୍ଚାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶରେ ଲାକଡାଉନ ସମୟରେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଶା ଶ୍ରମିକଙ୍କ ଚିନ୍ତା ରେ ସରକାର । ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ନେଇ ସମୀକ୍ଷା ବବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସମୀକ୍ଷ ପରେ ଗୃହ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ ଗୃହ ବିଭାଗ ପକ୍ଷରୁ ହୋଇଥିବା କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ ଆସିଛି ।୧୦୦ ରୁ ଅଧିକ ଲୋକ ଏକାଠି ରହୁଥିବା ୨୩୦ ସ୍ଥାନରେ ପହଂଚି ଛି ପ୍ରଶାସନ । ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଂଚିଛି ସାରିଛି। ଏବେ ୧ ଲକ୍ଷ ୫୦ ହାଜର ଲୋକ ରାଜ୍ୟ ବାହାରେ ଅଛନ୍ତି । ରାଜ୍ୟ ବାହାରେ ଥିବା ବାକି ସମସ୍ତ ଶ୍ରମିକଙ୍କ ପାଖରେ ସୁବିଧା ପହଞ୍ଚାଇବା ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର‌୍ୟ୍ୟନ୍ତ ପ୍ରସାଶନ କାର‌୍ୟ୍ୟ ଜାରି ରଖିଛି ।୧୦୦ରୁ ଅଧିକ ଏକତ୍ରିତ ଥିବା ୨୩୦ଟି ଓଡ଼ିଆ ଗ୍ରୁପ ଚିହ୍ନଟ ହୋଇଛି ।ଦିଲ୍ଲୀ, ଦ୍ଭମକ୍ସ ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି । ସେପଟ କଣ୍ଟ୍ରୋଲ ରୁମରେ ତିନୋଟି ସିଫ୍ଟ ରେ ୮୦ ଜଣ କାମ କରୁଛନ୍ତି । ସେମାନଙ୍କୁ ତଦାରଖ କରିବାକୁ ପ୍ରତି ସିଫ୍ଟ ରେ ୫ ଜଣ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି ।