ଭୁବନେଶ୍ବରରେ ରିଙ୍ଗ୍ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା, ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ
ଭୁବନେଶ୍ବର : ଭୁବନେଶ୍ବରରେ ହେବ ରିଙ୍ଗ୍ ରୋଡ୍ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ତିଆରି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ, ଚୌଦ୍ବାର ଦେଇ ଯିବ ଏହି ରୋଡ୍। ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୬ ଶହ କୋଟି ଟଙ୍କା ବହନ କରିବେ ବୋଲି ସୂଚନା ମିଳିଛି । ଯାତ୍ରୀମାନଙ୍କ ପାଇଁ ଗନ୍ତବ୍ୟ ସ୍ଥଳ ସୁଗମ କରିବା ଏବଂ କିଭଳି ଭାବେ କମ ସମୟ ମଧ୍ୟରେ ପହଞ୍ଚି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ବକୁ ମଞ୍ଜୁରୀ ଦିଆଯାଇଛି । ଭୁବନେଶ୍ବର ଚତୁପାର୍ଶ୍ବରେ ଏହି ପ୍ରକଳ୍ପ କରାଯିବ । ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ପୂର୍ତ୍ତ ବିଭାଗ । ଏହି ରି ରୋଡ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜଧାନୀରେ ଗାଡ଼ିମୋଟର ଚଳାଚଳ ସୁରୁଖୁରୁରେ ହୋଇପାରିବ । ୧୧୧.୨ କିମି ଦୀର୍ଘ ରିଂ ରୋଡ୍ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Odisha govt approved ring road project for bhubaneswar