ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଲେ ରାଜ୍ୟପାଳ

ଭୁବନେଶ୍ବର : ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ । ରାଜ୍ୟସରକାରଙ୍କ ସଫଳତାର ଚିତ୍ର ଦେଖାଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀଲାଲ ପ୍ରଥମ ବଜେଟ ସମ୍ବୋଧନ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣରେ ଗୋଲାପୀ ଚିତ୍ର । ପଞ୍ଚଦଶ ବିଧାନସଭାର ଶେଷ ବଜେଟ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଗୃହରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଛନ୍ତି । ୨୦୦୦ ମସିହାରୁ ଓଡିଶାରେ ଆସିଛି ପରିବର୍ତ୍ତନ। ଚାଷୀର ଆୟ ଦୁଇଗୁଣା ହୋଇଛି, ରାଜ୍ୟର ଋଣଭାର ଅଧା କମିଛି। ଏମିତି ପରିବର୍ତ୍ତନର ଚିତ୍ର ଦେଖାଇଛନ୍ତି ରାଜ୍ୟପାଳ । ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ହୋଇଛି । ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି, ୭ ବର୍ଷରେ ୫ ଥର କୃଷି କର୍ମଣ ପୁରସ୍କାର ଜିତିଛନ୍ତି ରାଜ୍ୟ ସରକାର । ୨୦୧୪ରୁ ୨୦ ଲକ୍ଷ ଗ୍ରାମୀଣ ଗୃହ ନିର୍ମାଣ ହୋଇଛି । ୭ ଲକ୍ଷ ମହିଳା ସଂୟ ସହାୟକ ଗୋଷ୍ଠିର ୭୦ ଲକ୍ଷ ମହିଳାଙ୍କର ସାମାଜିକ ଅର୍ଥନୈତିକ ଚିତ୍ର ବଦଳିଛି । ବସୁଧା, ଆମ ଗାଁ ଆମ ବିକାଶ, ବିଜୁ ଗାଁ ଗାଡି, ବିଜୁ ଯୁବ ସଶକ୍ତି କରଣ ଯୋଜନା,ଆହାର ଆମ ଘରେ ଏଲଇଡି ଯୋଜନା, ମହିଳାଙ୍କ ଲାଗି ମମତା ଆଦି ଯୋଜନାର ସଫଳତା ରାଜ୍ୟପାଳ ବଖାଣିଛନ୍ତି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ । ୫୧ ପୃଷ୍ଠା ସମ୍ବଳିତ ଅଭିଭାଷଣକୁ ବିଧାନସଭାରେ ଉପସ୍ଥାପନ କରି ରାଜ୍ୟପାଳ କହିଛନ୍ତି, ୨୦୦୦ ମସିହା ପରଠାରୁ ଓଡ଼ିଶାରେ ପରିବର୍ତ୍ତନ ଆରମ୍ଭ ହୋଇଛି। ବିପର‌୍ୟ୍ୟୟ ପ୍ରଶମନ, କୃଷି ବିକାଶ, ଜଳସେଚନ ହେଉ କି କନ୍ୟା ଶିକ୍ଷା, ମହିଳା ସଶକ୍ତିକରଣ, ବେକାରୀ ଦୂରୀକରଣରେ ରାଜ୍ୟ ସରକାର ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି “ମୋ ସରକାର”ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ ।

ପାଞ୍ଚ ବର୍ଷରେ ରାଜ୍ୟ ସରକାର ୫୨ଟି ଜନ ମଙ୍ଗଳକାରୀ ଯୋଜନା କାର‌୍ୟ୍ୟକରିଛନ୍ତି। ଏହି ଯୋଜନାଗୁଡ଼ିକ ସଫଳ ଭାବେ ରୂପାୟନ ହୋଇ ରାଜ୍ୟବାସୀଙ୍କ ବିକାଶ ସାଧନ କରୁଛି ବୋଲି ବିଧାନସଭାରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।
୧- ମିଶନ ଶକ୍ତି ୨- ଓଡ଼ିଶା ମିଲେଟ୍‌ ମିଶନ୍‌ ୩-ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ୪-ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ୫-ପ୍ରାଣୀ ସମ୍ପଦ ବିକାଶ ନିମନ୍ତେ ଦୀର୍ଘକାଳୀନ ସହାୟତା ଯୋଜନା, ୬- ଅନ୍ତୋଦୟ ଅନ୍ନ ଯୋଜନା, ୭-ରାଜ୍ୟ ଖାଦ୍ୟ ସୁରକ୍ଷର ଯୋଜନା, ୮-ବକ୍ସି ଜଗବନ୍ଧୁ ପାନୀୟଜଳ ଯୋଜନା ( ବସୁଧା), ୯- ଆମ ଗାଁ ଆମ ବିକାଶ ୧୦-ପିଠା ୧୧- ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ୧୨- ଆଶା ମାତୃତ୍ଵ ୧୩-ଆଶା କଲ୍ୟାଣ, ୧୪-ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ୧୫-ସହାୟ, ୧୬- ନିଦାନ ୧୭- ସୁନେତ୍ର ୧୮- ନିର୍ମଳ ୧୯- ମମତା ୨୦-ମଧୁବାବୁ ପେନ୍‌ସନ୍‌ ୨୧-ବରିଷ୍ଠ ବୁଣାକାର ସହାୟତା ୨୨- ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ୨୩-ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ୨୪- ଓଡ଼ିଶା ଭାଷା ବୃତ୍ତି ୨୫- ଉ୍‌କୃଷ୍ଟ ସ୍କୁଲ ୨୬- ମୋ ସ୍କୁଲ୍‌ ଅଭିଯାନ ୨୭-ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା୨୮-ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା, ୨୯- ବିଜୁ ଯୁବ ସଶକ୍ତିକରଣ ଯୋଜାନ ୩୦- ଅନ୍ବେଷା ୩୧- ସବୁଜ ମହାନଦୀ ମିଶନ ୩୨-ଜଗନ୍ନାଥ ବନ ପ୍ରକଳ୍ପ ୩୩-ଅର୍ପଣ, ୩୪-ନିର୍ମାଣ କୁସୁମ ୩୫- ବିଜୁ ଏକ୍ସପ୍ରେସ୍‌ ଓ୍ବେ ୩୬- ଅଭଡ଼ା, ୩୭- ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୮- ସ୍ଵାଭିମାନ ଅଞ୍ଚଳ ( ମାଲକାନଗିରି) ୩୯- ବିଜୁ ସେତୁ, ୪୦- ଆହାର ୪୧- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ( କ୍ରୁଟ୍‌) ବା ମୋ ବସ୍‌ ଯୋଜନା ୪୨-ବିଜୁ ସହରାଞ୍ଚଳ ବିଜୁଳୀକରଣ ଯୋଜନା ୪୩- ବିଜୁ ଗ୍ରାମ ଜ୍ୟୋତି ୪୪- ଆମ ଘରେ ଏଲ୍‌ଇଡି ୪୫-ବିଜୁ ଗାଁ ଗାଡ଼ି ଯୋଜନା ୪୬-ରାଜଧାନୀ ଏକ୍ସାପ୍ରେସ୍‌ ୪୭-ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ୪୮- ପରିପାଇଁ କଥାଟିଏ ୪୯- ପରି ଏକ୍ସପ୍ରେସ୍‌ ୫୦-ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନା , ୫୧-ଆକାଂକ୍ଷା
୫୨- ରାଜ୍ୟ ସରକାରଙ୍କ ସବୁ ଠୁ ଲୋକପ୍ରିୟ କୃଷକଙ୍କ ଲାଗି କାଳିଆ ଯାଜନା କଥା ବି ରହିଛି ରାଜ୍ୟ ପାଳଙ୍କ ଅଭିଭାଷଣରେ । କୃଷିର ଉନ୍ନତି ପାଇଁ ନିକଟରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ୯୨ ପ୍ରତିଶତ କ୍ଷୁଦ୍ର, ମଧ୍ୟମ ଓ ନିମ୍ନ ଚାଷୀ ତଥା ଭାଗଚଷୀ, ଋଣୀ ଓ ଅଣ ଋଣୀ ଚାଷୀଙ୍କ ବିକାଶରେ ସହାୟକ ହୋଇପାରିଛି। ଏହି ଯୋଜନାରେ ସରକାର ୧୨ଲକ୍ଷ ୪୫ ହଜାର କ୍ଷୁଦ୍ର ମଧ୍ୟମ ଚାଷୀଙ୍କ ସମେତ ୫୮ ହଜାର ଭାଗଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ୬୫୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।