ତାଲାବନ୍ଦ ସମୟରେ ରାଜ୍ୟର ପ୍ରତି ପଂଚାୟତରେ ଗରିବଙ୍କୁ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ୱର : ତାଲାବନ୍ଦ ସମୟରେ  ପ୍ରତି  ପଂଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ପଂଚାୟତରେ ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ଦାୟିତ୍ୱ ଦିଆଯାଇଛି। ଗ୍ରାମଂଚଳର ଗରିବ ଲୋକମାନେ ଏହି ରନ୍ଧାଖାଦ୍ୟ ମଧ୍ୟ ଘରକୁ ନେଇ ଯାଇପାରିବେ।

ଏଥିସହ ମୁଖ୍ୟମନ୍ତ୍ରୀ ୧୧୪ଟି ସହରାଂଚଳର ଉଠାଦୋକାନୀଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ୬୫,୦୦୦ ଉଠାଦୋକାନୀଙ୍କୁ କରୋନା କଟକଣା ସମୟରେ ହୋଇଥିବା କ୍ଷତି ଲାଗି ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ।