ହକି ପରେ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲା ଓଡ଼ିଶା

୨୦୨୩ ପର୍ଯ୍ୟନ୍ତ ଏହି ଚୁକ୍ତିନାମା କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର : ହକି ଭଳି ରଗବୀ ଖେଳରେ ଜାତୀୟ ଟିମ୍‌ର ପ୍ରାୟୋଜକ ସାଜିବ ଓଡ଼ିଶା। ଆସନ୍ତା ୩ ବର୍ଷ ଯାଏ ଭାରତର ଉଭୟ ପୁରୁଷ ଓ ମହିଳା ରଗବୀ ଟିମ୍‌କୁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହାୟତା କରିବେ। ଏନେଇ ଆଜି ଓଡ଼ିଶା ସରକାର ଓ ଇଣ୍ଡିଆନ ରଗବୀ ଫୁଟବଲ ୟୁନିଅନ(ଆଇଆରଏଫୟୁ) ମଧ୍ୟରେ ଚୁକ୍ତି ହୋଇଛି। ୨୦୨୩ ପର୍ଯ୍ୟନ୍ତ ଏହି ଚୁକ୍ତିନାମା କାର୍ଯ୍ୟକ୍ଷମ ହେବ । ରଗବୀ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ ।

odisha government signs agreement with rugby india for sponsorship 
ହି ରାଜିନାମା କ୍ରୀଡ଼ା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର ଭୀନିଲ କ୍ରିଷ୍ଣା ଏବଂ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ସଭାପତି ମାନେକ ଉନୱାଲାଙ୍କ ମଧ୍ୟରେ ହୋଇଥିଲା । ଏହି ରାଜିନାମା ସ୍ୱାକ୍ଷରିତ ହେବା ପରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ଅଭିନେତା ତଥା ରଗବୀ ଖେଳାଳି ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଚୁକ୍ତି ଦ୍ୱାରା ଆଗାମୀ ୩ ବର୍ଷ ପାଇଁ ଉଭୟ ପୁରୁଷ ଏବଂ ମହିଳା ରଗବୀ ଦଳର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତା ରହିବ ।

odisha government signs agreement with rugby india for sponsorship