ଆହୁରି ୫ବର୍ଷା ଯାଏଁ କାଳିଆ ଯୋଜନା !

ଭୁବନେଶ୍ୱର:ଲଗାତାର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ଆୟକୁ ଗୁରୁତ୍ୱ ଦେବାରେ ତତ୍ପରତା ପ୍ରକାଶ କରିଛନ୍ତି । ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଆଜି ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା ।

କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । ଏହି ଚିଠା କୃଷିନୀତିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।କାଳିଆ ଯୋଜନକୁ ୫ବର୍ଷ ଯାଏଁ ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ ରାଜ୍ୟ ଅନୁପାତ ଠାରୁ କମ ରହିଛି । ରାଜ୍ୟରେ ୪୮ପ୍ରତିଶତ ମହିଳା ଶ୍ରମିକ ରହିଥିବା ବେଳେ ୫ଲକ୍ଷ ଭୂମିହୀନ ମହିଳା ରହିଥିବା ଏହି ଚିଠାରେ ଉଲ୍ଲେଖ ରହିଛି ।