ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଡାଟାବେସ୍ ପ୍ରସ୍ତୁତ : ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ୩ ଲକ୍ଷ ୨୦ ହଜାର ଲୋକ

ରାଜ୍ୟରେ ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ, ଟିକାଦେବାକୁ ୮ହଜାର ୨୭୬ ଟିକାକର୍ମୀ ହେବେ ନିୟୋଜିତ

ଭୁବନେଶ୍ୱର : କୋଭିଡ ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଥିବା ବେଳେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟୀକା ଦେବାପାଇଁ ରାଜ୍ୟ ସରକାର ଡାଟାବେସ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୨୯ ହଜାର୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ଟିକାନେବାକୁ ହେଲେ କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ କୋ-ଉଇନ ଆପରେ ପଞ୍ଜୀକରଣ କରିବାକୁ ପଡିବ । ୧୬ ବର୍ଷ ରୁ କମ ପିଲା ମାନଙ୍କୁ ଏହି ଟୀକା ଦିଆଯିବ ନାହିଁ ।
କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟର ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଟିକା ନେବେ ୩ ଲକ୍ଷ ୨୦ ହଜାର। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ କୋ- ଉଇନ ଆପରେ ପଞ୍ଜୀକରଣ କରିବାକୁ ପଡିବ । ସ୍ପଟ ରେଜିଷ୍ଟ୍ରେସନ ହେବ ନାହିଁ।

୧୭ ବର୍ଷରୁ କମ୍ ପିଲାଙ୍କୁ ଦିଆଯିବନି ଟୀକା

ରାଜ୍ୟରେ ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଟିକାଦେବାକୁ ୮ହଜାର ୨୭୬ ଟିକାକର୍ମୀ ନିୟୋଜିତ ହେବେ। ଏଥିପାଇଁ ସମସ୍ତଙ୍କ ଡେଟା ଅପଲୋଡ଼ ସରିଛି। ଚିକା ବିତରଣ ପାଇଁ ୧ ହଜାର୨୨୨ କୋଲ୍‌ଡ ଚେନ୍ ରହିଛି। ୧୭୯୬ ଆଇଏଲଆର , ୧୭୭୧ ଡିପ୍‌ ଫ୍ରିଜର ବ୍ୟବସ୍ଥା ହୋଇଛି। ଗୋଟିଏ ରାଜ୍ୟ ସ୍ତରୀୟ ଟୀକା ଷ୍ଟୋର ଥିବା ବେଳେ ୯ ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲା ସ୍ତରୀୟ ଟିକାକରଣ ଷ୍ଟୋର ରହିଛି। ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ। ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସ୍ଥାନରେ ୩ ଟି ରୁମ ରହିବ । ଟିକାକରଣ ପରେ ସାର୍ଟିଫିକେଟ ଦିଆଯିବ।
ଗୋଟିଏ ଦିନରେ ଗୋଟିଏ ସେଣ୍ଟରରେ ଶହେ ରୁ ଦୁଇ ଶହ ଲୋକଙ୍କୁ ଟୀକା ଦିଆଯିବ । ଏହି ସମୟ ଭିତରେ ଯଦି ଟୀକା ର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ତେବେ ସେହି ବ୍ୟକ୍ତିର ଚିକିତ୍ସା କରାଯାଇପାରିବ ।
ଟିକା ଆସିବା ପରେ ରାଜ୍ୟର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର ଟିକା ଦେବେ । ସେଥିପାଇଁ ରାଜ୍ୟରୁ ଅଧିକରୁ ଅଧିକ ଲୋକ ଟିକାନେବାକୁ କୋ-ଉଇନ ଆପରେ ପଞ୍ଜିକରଣ କରିବାକୁ କୁହାଯାଉଛି ।

odisha government prepare database  for fast  phase covid vaccination