ସରକାରଙ୍କ ବଡ ନିଷ୍ପତି: ମନ୍ତ୍ରୀଙ୍କୁ 30%,ଆଇଏଏସ ଓ ଆଇପିଏସଙ୍କୁ ମିଳିବ50% ଦରମା

କରୋନା ମାଡ : ଜନ ପ୍ରତିନିଧି ଓ ବଡବାବୁଙ୍କୁ ମିଳିବନି ପୁରା ଦରମା

ଭୁବନେଶ୍ୱର: ତେଲେଙ୍ଗାନା, ମହାରାଷ୍ଟ୍ର ପରେ ଓଡିଶା ସରକାର ନେଲେ ଚରମ ପଦକ୍ଷେପ । ବଡବଡିଆଙ୍କ ଦରମା ସ୍ଥଗିତ ରଖିବକୁ ନିଷ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ସମସ୍ତ ପୌରାଂଚଳର ନିର୍ବାଚିତ ପ୍ରତିନିଧିଙ୍କ ଦରମାର ୭୦ ପ୍ରତିଶତ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି ।

ଏଥିସହିତ ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କ ଦରମାର ୫୦ ପ୍ରତିଶତ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାକୁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।