ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
ରାଜ୍ୟ ସରକାର ପୂର୍ବରୁ ନିଷ୍ପତି ନେଇଛନ୍ତି କି ଆର୍ଥିକ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ ପାଇଁ ପେନ୍ସନ୍ଭୋଗୀଙ୍କ ଶତ ପ୍ରତିଶତ ବକେୟା ଦେବେ। ସେହିଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।