ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ : ନିଙ୍କୁଞ୍ଜ ଧଳ ହେଲେ ରାଜସ୍ୱ ବିଭାଗର ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଡ.ଚନ୍ଦ୍ରଶେଖର କୁମାରଙ୍କୁ ଓଏସ୍‌ଡବ୍ଲୁସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୯୯୩ ବ୍ୟାଚ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜସ୍ୱ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହ ତାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ୧୯୯୯ ମସିହାର ଆଇଏଏସ୍‌ ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିସନର ଭାବେ ଅବସ୍ଥାପିତ ହୋଇଛନ୍ତି।

 

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ମୁଖ୍ୟମନ୍ତ୍ରୀ ଓ ଝାରସଗୁଡା ବିଧାୟକ ନବ ଦାସଙ୍କ ହେଲିକେପ୍ଟର, ଦେଖନ୍ତୁ ଭିଡିଓ