ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିବର୍ଷ ବିଭିନ୍ନ ବର୍ଗର ମେଧା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବୃତ୍ତି ରାଶିକୁ ବୃଦ୍ଦି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ଏହି ରାଶି ମେଧା ଛାତ୍ରଛାତ୍ରୀଙ୍କୁ ଏକାଳୀନ ପ୍ରଦାନ କରାଯାଇଥାଏ। ସ୍ନାତକ, ସ୍ନାତକୋତ୍ତର ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ମେଧାବୀ ଛାତ୍ର ଛାତ୍ରୀଙ୍କ ଲାଗି ଏହି ବୃତ୍ତି ଉଦ୍ଦିଷ୍ଟ ରହିଛି। ପୂର୍ବରୁ ସ୍ନାତକ ସ୍ତରରେ ନାମ ଲେଖାଇଥିବା ଯୋଗ୍ୟ ବିବେଚିତ ମେଧା ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।
୨୦୨୦-୨୧ ଶିକ୍ଷାବର୍ଷରୁ ଏହି ରାଶି ବାର୍ଷିକ ୧୫ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଠିକ୍ ସେହିପରି ସ୍ନାତକୋତ୍ତର ଛାତ୍ରୟଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ମେଧାବୃତ୍ତି ରାଶିକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ସେପଟେ ୪ ବର୍ଷ ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଏହି ଅର୍ଥ ଏକକାଳୀନ ୪୦ ହଜାର ଟଙ୍କା ହୋଇଥିବାବେଳେ ୫ ବର୍ଷ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଲାଗି ଏହି ଅର୍ଥ ଏକକାଳୀନ ୫୦ ହଜାର ଟଙ୍କା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।
odisha government increased amount of scholarships for student