ଷ୍ଟାର୍ଟଅପ୍ରେ ଓଡ଼ିଶା ଶ୍ରେଷ୍ଠ, କେନ୍ଦ୍ର ସରକାର ଦଲେ ପୁରଷ୍କାର

ଭୁବନେଶ୍ୱର : ରାଜ୍ୟ ଷ୍ଟାର୍ଟ ଅପ୍ ମାନ୍ୟତା-୨୦୧୮ରେ ଓଡ଼ିଶାକୁ ଶ୍ରେଷ୍ଠ ସମ୍ମାନ ମିଳିଛି । କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନା ବିଭାଗ ଦ୍ୱାରା ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଘୋଷଣା କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ଡିଆଇପିପି ସଚିବ ଓଡ଼ିଶା ସରକାରଙ୍କ କାର୍ଯ୍ୟନ୍ୱୟନକୁ ପ୍ରସଂଶା କରିଛନ୍ତି । ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଡିଆଇପିପିର ସଚିବ ରମେଶ ଅଭିଷେକଙ୍କଠାରୁ ଓଡ଼ିଶା ସରକାରଙ୍କର ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ ଏନ ଗୁପ୍ତା ସମ୍ମାନ

ଗ୍ରହଣ କରିଛନ୍ତି । ୩୮ଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଏହି ଚୟନ କରାଯାଇଥିଲା ।
ଷ୍ଟାଟ ଅପ୍ ନୀତି କାର୍ଯ୍ୟନ୍ୱୟନ, ଇନ୍କ୍ୟୁବେସନ୍ ହବ୍, ସିଡିଙ୍ଗ ଇନ୍ଫୋଭେସନ୍, ରେଗୁଲେଟୋରୀ ଚେଞ୍ଚ ଫ୍ରେମ୍ ୱାର୍କ ଇତ୍ୟଦି କ୍ଷେତ୍ରକୁ ନେଇ ବିଚାର କରାଯାଇଥିଲା । ଏହି ପ୍ରକ୍ରିୟାରେ ଓଡ଼ିଶା ଚାମ୍ପିଅନ୍ ରାଜ୍ୟ ଭାବେ ଉଭା ହୋଇଛି । ଷ୍ଟାର୍ଟ ଅପ ଫ୍ରେଣ୍ଡଲି ଇକୋ ସିଷ୍ଟମ ସୃଷ୍ଟି କରିବାରେ ଓଡ଼ିଶା ସରକାରଙ୍କ ବଳିଷ୍ଟ ଉଦ୍ୟମକୁ କେନ୍ଦ୍ର ସରକାରଙ୍କ ଡିଆଇପିପି ସଚିବ ଭୂୟସୀ ପ୍ରସଂଶା କରିଥିଲେ । ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ଗୁପ୍ତା କହିଥିଲେ, ରାଜ୍ୟ ସରକାର ଷ୍ଟାର୍ଟ ଅପ୍ ନୀତି-୨୦୧୬ର କାର୍ଯ୍ୟନ୍ୱୟନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ତିନୋଟି ଷ୍ଟାର୍ଟ ହବ୍ରେ ପରିଣତ କରିବା ସରକାରଙ୍କର ଲକ୍ଷ ରହିଥିଲା । ସମ୍ପ୍ରତି ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବା ରାଜ୍ୟ; ଯେଉଁଠି ପ୍ରତି ମାସରେ ୨୦ରୁ ଊଦ୍ଧ୍ୱର୍ ଷ୍ଟାର୍ଟ ଅପ୍ କମ୍ପାନୀ ପଞ୍ଜୀକୃତ ହେଉଛନ୍ତି । ଓଡ଼ିଶାରେ ୧୮ ମାସରେ ୩୩୪ଟି ଷ୍ଟାର୍ଟ ଅପ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୯ଟି ଇନ୍କ୍ୟୁବେଟର, ୧୨ଟି ନୋଡାଲ ଇନଷ୍ଟିଚ୍ୟୁସନ୍ ଓ ୧୧୦ଟି ମେଣ୍ଟର ଷ୍ଟାର୍ଟ ଅପ୍ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ୨୦୨୦ ସୁଦ୍ଧା ୧ ହଜାର ଷ୍ଟାର୍ଟ ଅପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଏନେଇ ସ୍ୱତନ୍ତ୍ର ପଲିସି ଆଣିବା ସହ ସିଙ୍ଗଲ ୱିଣ୍ଡୋ ଅନଲାଇନ ସିଷ୍ଟମ, ଆର୍ôଥକ ସହାୟତା ପ୍ରଦାନ ଯୋଗୁଁ ଓଡ଼ିଶା ନାଁ କମେଇଛି । ୨୦୧୬ରେ ନୂଆ ନୀତି ଆସିବା ପରଠୁ ଏପର୍ଯ୍ୟନ୍ତ ମୋଟ ୩୩୭ଟି ଷ୍ଟାର୍ଟ ଅପ ଗଠନ ହୋଇଛି ରାଜ୍ୟରେ । ମାସକୁ ୨୦ଟି ଷ୍ଟାର୍ଟ ଅପ ୍ପଞ୍ଜୀକରଣ ହେଉଛି ବୋଲି ଶ୍ରୀ ଗୁପ୍ତା କହିଥିଲେ ।