ତିନି ମାସର ବସ ଟିକସ ଛାଡ଼ କଲେ ରାଜ୍ୟ ସରକାର

ମାଲିକଙ୍କ ଦୁଃଖ ଶୁଣିଲେ ସରକାର

ଭୁବନେଶ୍ୱର : ବସ ଟିକସ ଛାଡ଼ କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କରାଯାଇଛି । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବସ୍‌ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ।

କରୋନା ଦ୍ବିତୀୟ ଲହରରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ପାଇଁ ବସ୍‌ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି ।

odisha government exempted three month mv tax for buses due to covid 19