କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ସରକାର କଥା ହୋଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ପୁଲିସ୍ ଡିଜି, ପୋଲିସ କମିଶନର ଓ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପାଖରେ ଓଡିଶା ବିଭିନ୍ନ ଦାବି ରଖିଛି ।

କରୋନା ପାଇଁ ଅଧିକ ମାତ୍ରାରେ ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ ପ୍ରସ୍ତାବ ଦେବା ସହ ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ନେଇ ଆଲୋଚନା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ କିଭଳି ପ୍ରସ୍ତୁତ ରହିବ ବୈଠକରେ ଆଲୋଚନା ହୋଇଥିବା ନେଇ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀ ନିଜାମୁଦ୍ଦିନ୍ ପ୍ରସଙ୍ଗରେ ସଚିବ ବିଶାଲ୍ ଦେବ ପ୍ରତିିକ୍ରିୟା ରଖିଛନ୍ତି |

ସେ କହିଛନ୍ତି ଯେ କ୍ୟାବିନେଟ୍ ସଚିବଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜାଚାଲିଛି । ରାଜ୍ୟ ପୋଲିସ ତତ୍ୱାବଧାନରେ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଚିହ୍ନଟଙ୍କୁ ତୁରନ୍ତ କ୍ୱାରେନଂଟାଇନ୍ ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।