ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ – ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡିଶା ସରକାରଙ୍କ ନିଜସ୍ବ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯୟକ୍ରମ । ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ । କତେକ ଗଣମାଧ୍ୟମରେ ଧାରଣା ସୃଷ୍ଟି ହୋଇଛି ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାରଙ୍କ ସହାୟତା ରହିଛି । ଏପରି ଧାରଣା ଠିକ୍ ନୁହେଁ । ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ , ବିଶେଷ କରି ରାଜ୍ୟରେ ଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ ନିମ’େ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସରକାରଙ୍କ ଏକ ପ୍ରମୁଖ କାର୍ଯୟକ୍ରମ । ଗତ ସ୍ବାଧୀନତା ଦିବସ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ ହୋଇଛି ।

ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି । ପ୍ରଥମଟିରେ , ରାଜ୍ୟରେ ଥିବା 70 ଲକ୍ଷ ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ନିମ’େ ବାର୍ଷିକ 7 ଲକ୍ଷ ଓ ପୁରୁଷଙ୍କ ନିମ’େ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ସୁବିଧା ଯୋଗାଇ ଦିଆଯବି । ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ରାଜ୍ୟ ସରକାର 290 କୋଟି ଟଙ୍କା ବ୍ୟୟ କରିବେ । ଅନ୍ୟ ପକ୍ଷରେ , ସ୍ବାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯୟ’ ରାଜ୍ୟରେ ରହିଥିବା ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବ । ଏଥିରେ କୌଣସି ବ୍ୟକ୍ତିଙ୍କ ଆୟ , ସ୍ଥିତି କିମ୍ବା ବାସସ୍ଥାନ ବାଧକ ହେବ ନାହିଁ । ରାଜ୍ୟ ସରକାର ଏ ବାବଦରେ ଚଳିତ ଆର୍ଥିକ ବର୍ଷରେ 713.52 କୋଟି ଟଙ୍କା ବ୍ୟୟ କରିବେ ।

ସୁତରାଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷ ମୋଟ 1003.52 କୋଟି ଟଙ୍କା ବ୍ୟୟ ହେବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ସ୍ପଷ୍ଟୀକରଣ ଦେବା ବଳେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାତୀୟ ସ୍ବାସ୍ଥ୍ୟ ମିଶନ ବାବଦରେ ଉଲ୍ଲେଖ କରିଥିଲେ । ଦେଶରେ ବିଭିନ୍ନ ଜନସ୍ବାସ୍ଥ୍ୟ ଯୋଜନାର ରୂପାୟନ ନିମ’େ ଜାତୀୟ ସ୍ବାସ୍ଥ୍ୟ ମିଶନ ସ୍ବତନ୍ତ୍ର ଭାବେ କାର୍ଯୟ କରୁଛି ଏବଂ ଏହା ଆରମ୍ଭ ହେବା ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ମିଶନ ଅଧୀନସ୍ଥ ଯୋଜନାଗୁଡିକୁ ସହାୟତା ଦିଆଯାଉଥିବା ବଳେ ସେ ବାବଦରେ ଓଡିଶାକୁ ପ୍ରାୟ 785 କୋଟି ଟଙ୍କା ମିଳିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ଓଡିଶା ସରକାରଙ୍କ ନିଜସ୍ବ ପାଣ୍ଠିରେ ପରିଚାଳିତ ଏକ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯୟକ୍ରମ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।