କାମଚଳା ବଜେଟର ହାଇଲାଇଟସ୍ , ଜାଣନ୍ତୁ କେଇଁ ବିଭାଗକୁ କେତେ ?

ଭୁବନେଶ୍ୱର : ରାଜ୍ୟ ସରକାର ଆଜି କାମଚଳା ବଜେଟ ଆଣିଛନ୍ତି । ବିଭିନ୍ନ ବିଭାଗ ଲାଗି ବ୍ୟୟ ବରାଦ ହୋଇଛି । ଆସନ୍ତୁ ଜାଣିବା କେଇଁ ବିଭାଗକୁ କତେ ଟଙ୍କା ମିଳିଛି ।

ମୋଟ୍ ବ୍ୟୟ ଅଟକଳ ୧ଲକ୍ଷ୍ୟ ୩୨ ହଜାର ୬୬୦ କୋଟି ।
କାଳିଆ ଯୋଜନା ପାଇଁ ୪୪୬୧ କୋଟି ।
କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି ।
ପିଠା ଯୋଜନାରେ ୪୦୦ କୋଟିର ବ୍ୟବସ୍ଥା ।

ବସୁଧା ଯୋଜନାରେ ୨୯୩୫ କୋଟି ।
ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ।
ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି ।
ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି ।
ମମତା ଯୋଜନା ପାଇଁ ୩୦୫ କୋଟି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ।
ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି ।
ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି ।
ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି ।
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର‌୍ୟ୍ୟକ୍ରମ ପାଇଁ ୧୪୬୫ କୋଟି ।
ସଡକ ଉନ୍ନୟନ କାର‌୍ୟ୍ୟକ୍ରମ ପାଇଁ ୧୩ ଶହ କୋଟି ।
ଏସସି/ଏସଟି ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ବୃତ୍ତି ପାଇଁ ୯୫୯ କୋଟି ।

୩୩/୧୧କେଭି ସବଷ୍ଟେସନ ପାଇଁ ୫୩୩ କୋଟି ।
ବିଜୁ ସେତୁ ଯୋଜନା ପାଇଁ ୫୦୦କୋଟି ।
ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦କୋଟି ।
ଆଡିବନ୍ଧ ନିର୍ମାଣ ପାଇଁ ୩୫୭କୋଟି ।
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି ।
ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦କୋଟି ।
ରାଜଧାନୀ ବିଦ୍ୟୁତିକରଣ ପାଇଁ ୧୯୦କୋଟି ।
ଆଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି ।
ବିହନ, ସାର ଓ କପର୍ସ ପାଣ୍ଠି ପାଇଁ ୨୬୦ କୋଟି ।