୪୬୪.୭୨କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ସମସ୍ତ ୪ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୮୭୩ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ସିଙ୍ଗଲ ଓ୍ୱଣ୍ଡୋ କ୍ଲିୟରାନ୍ସ ଅଥରିଟି ୪୬୪.୭୨କୋଟି ଟଙ୍କାର ପ୍ରକଳ୍ପକୁ  ମଙ୍ଗଳବାର ଅନୁମୋଦନ କରିଛନ୍ତି । ସର୍ବମୋଟ ୪ପ୍ରକଳ୍ପକୁ ଅନୁମୋଦନ କରିଛି ସିଙ୍ଗଲ ଓ୍ୱଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହି ସମସ୍ତ ୪ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୮୭୩ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ SLSଘଈୁ ଅନୁଷ୍ଠିତ ହୋଇଥିଲା । ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଧାତୁ ଓ ଆନୁସଙ୍ଗିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ରହିଛି । ଖୋର୍ଦ୍ଧା ଜିଲାର ମଳିପଡ଼ାରେ ୯୩କୋଟିର ଫାଇବରବୋର୍ଡ ଶିଳ୍ପକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ୭୨ହଜାର କ୍ୟୁବିକ ମିଟରର ନିର୍ମାଣ ଶିଳ୍ପରେ ୩୧୦ଜଣଙ୍କୁ ମିଳିବ ନିଯୁକ୍ତି । ଖୋର୍ଦ୍ଧା ଓ ନୟାଗଡ଼ରେ ଇଥାନଲ ପାଓ୍ୱାର ପ୍ଲାଣ୍ଟକୁ ମଞ୍ଜୁରୀ । ନିବେଶ ହେବ ୧୫୧.୭୨କୋଟି ଟଙ୍କା, ଏଥିରେ ୩୦୦ ଲୋକ ରୋଜଗାର ପାଇବେ ବୋଲି ଜଣାପଡିଛି ।ସେହିପରି ସୁନ୍ଦରଗଡ଼ ଲାଠିକଟାରେ ପ୍ଲେଟ ପ୍ଲାଣ୍ଟରେ ୧୯୫ ଜଣ ନିଯୁକ୍ତି ପାଇବେ ।ଲାଠିକଟାରେ ଅନ୍ୟ ଏକ ପ୍ଲେଟ ପ୍ଲାଣ୍ଟ ପାଇଁ ଶହେ କୋଟି ନିବେଶ କରାଯିବ । ଏହି ପ୍ଲେଟ ପ୍ଲାଣ୍ଟ ହେଲେ ୬୮ରୁ ଅଧିକ ନିଯୁକ୍ତି ପାଇବେ  ବୋଲି ଜଣାପଡିଛି ।

odisha government approved 464.72 cr project