କଟକର ତାରକାସି ସାମଗ୍ରୀକୁ ମିଳିବ GI ଟ୍ୟାଗ୍ , ଆବଦନେ କଲେ ରାଜ୍ୟ ସରକାର

କଟକ : କଟକ ତାରକସି କାମକୁ ଜିଆଇ ଟ୍ୟାଗ ଦେବା ପାଇଁ ଆବେଦନ କରିଛନ୍ତି ରାଜ୍ୟ ସରକାର ।  କଟକ ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ଲାଗି ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରମାନେ ଖୁସି ଜାହିର କରିଛନ୍ତି। ଓଡ଼ିଶାର ଗର୍ବ ଓ ଗୌରବ କଟକର ରୁପା ତାରକସିକୁ ଜିଆଇ ଟ୍ୟାଗ ଦିଆଯାଉ ବୋଲି ଓଡ଼ିଶା ଯୁକ୍ତି ରଖିଛି । ପୃଥିବୀର ଭିନ୍ନଭିନ୍ନ ସ୍ଥାନରେ ରୁପା କାରୁକାର୍ଯ୍ୟ ହେଉଥିଲେ ବି କଟକ ତାରକଷୀ ସ୍ବତନ୍ତ୍ର। ଏହାକୁ ଆଧାର କରି ତାରକସିକୁ ଜିଆଇ ଟ୍ୟାଗ ଦାବି ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବଦେନ କରିଛି ଓଡିଶା। ରାଜ୍ୟ ସମବାୟ ହସ୍ତକଳା କର୍ପୋରେସନ । ଚେନ୍ନାଇର ପ୍ରତିଷ୍ଠିତ ଜିଆଇ ଟ୍ୟାଗ ଆଡଭୋକେଟ ସଞ୍ଜଇ ଗାନ୍ଧି ଓଡ଼ିଶା ପକ୍ଷରୁ ଆବେଦନ ରଖିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ୧୩ ଶହ ଶତାବ୍ଦୀରେ ଅନଙ୍ଗ ଭୀମଦେବଙ୍କ ରାଜୁତି ସମୟରେ କଟକରେ କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସେବେଠାରୁ ରୁପା ତାରର ଏହି କଳାକୃତିର ଧାରା ବଳବତ୍ତର ରହିଛି ।

ରୁପା ତାରର ନିଖୁଣ କାରିଗରି ଦୁର୍ଗାପୂଜା ମେଢକୁ ସମୃଦ୍ଧ କରିଛି । ଛୋଟଛୋଟ ଉପହାର ସାମଗ୍ରୀ ଦେଶ-ବିଦେଶରେ ଖୁବ ନାଁ କରିଛି। ଏଠାକାର କାରିଗରଙ୍କର ତାରକସି କାର୍ଯ୍ୟ କଟକକୁ ଦେଇଛି ଏକ ସ୍ବତନ୍ତ୍ର ପରିଚିତି । ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏବେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।

odisha government apply gi tag for cuttack filigree work