୨ଦିନିଆ କନ୍ଧମାଳ ଗସ୍ତରେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: ୨ଦିନିଆ କନ୍ଧମାନ ଗସ୍ତରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି ସମୟରେ ଫୁଲବାଣୀର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କନ୍ଧମାଳ ଗ୍ରସ୍ତରେ ଯାଇ ଦିନ ୩ ଟା ସମୟରେ ବ୍ରହ୍ମଲୀନ ବେଦାନ୍ତକେଶରୀ ପୂଜ୍ୟସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ତୁମୁଡ଼ିବନ୍ଧ ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଜାଳେଶପଟା ପରିସରରେ ଅନୁଷ୍ଠିତ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞରେ ଯୋଗ ଦେବେ । ଏହା ପରେ ତୁମୁଡିବନ୍ଧ ବ୍ଲକ ଜଲେଶପଟା କନ୍ୟାଶ୍ରମରେ ଆୟୋଜିତ ଏକ ଯଜ୍ଞରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ପ୍ରଫେସର ଗଣେଶୀ ଲାଲ ଫୁଲବାଣୀସ୍ଥିତ ଗାନ୍ଧିସ୍ମୃତି ଭବନଠାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବିଚାରଧାରା ସଂପର୍କିତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ବୋଲି ସୂଚନା ରହିଛି। ରାଜ୍ୟପାଳଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।