ଅଙ୍ଗନୱାଡି କର୍ମୀଙ୍କୁ ମାଗଣା ମୋବାଇଲ ଫୋନ ଦେବେ ରାଜ୍ୟ ସରକାର

ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଘୋଷଣା

ଗଞ୍ଜାମ : ଅଙ୍ଗନାୱାଡି କର୍ମୀଙ୍କୁ ପ୍ରଦାନ କରାଯିବ ମୋବାଇଲ୍ ଫୋନ୍। ରାଜ୍ୟରେ ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପାଖରେ ଏବେ ରହିବ ନିଜର ମୋବାଇଲ ଫୋନ୍‌। ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କୌଣସି ସରକାରୀ ଖବର ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା।

କିନ୍ତୁ ମୋବାଇ ଦେବା ଦ୍ୱାରା ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଖବର ଶୀଘ୍ର ପହଞ୍ଚିବ। ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ SHG ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ହାଇଟ ଏବଂ ଓ୍ୱେଟ ମାପିବା ପାଇଁ ମେସି ଦିଆଯିବ। ଖାଲି ସେତିକି ନୁହେଁ ସବୁ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଫିଲଟର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କର ଅନେକ ଅସୁବିଧା ସାମ୍ନାକୁ ଆସିଥିଲା। ଏହି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।

ବ୍ରହ୍ମପୁରରେ ଆଜି ଡାଇମଣ୍ଡ୍ ଜୁବୁଲି ଟାଉନ୍ ହଲ୍ ପରିସରରେ ଅଲ୍ ଓଡିଶା ଅଙ୍ଗନାୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ରାଜ୍ୟ ସଭାନେତ୍ରୀ ଯୋଗ ଦେଇ ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ବୈମାତୃତ ମନୋଭାବ ପରିପୋଷଣ କରୁଥିବା ଅଭିଯୋଗ କରିଛନ୍ତି। ମାସିକ ଦରମା ୭୫୦୦ ଟଙ୍କା ମିଳୁଥିବା ବେଳେ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବୀ କରିଛି ସଂଘ। କେନ୍ଦ୍ର ସରକାର ଦରମା ବୃଦ୍ଧି କରନଥିବା ସଂଘ ଅଭିଯୋଗ କରିଛନ୍ତି।

ସେପଟେ ଗୋଟିଏ ଅଣ୍ଡାର ମୃଲ୍ୟ ୬ଟଙ୍କା ୪୫ ପଇସା ହେଉଥିବା ବେଳେ ସେ ମୂଲ୍ୟ ପ୍ରଦାନ କରାଯାଉନାହିଁ। ନିମ୍ନ ମାନର ଛତୁଆ ସହ ଅନ୍ୟାନ୍ୟ ଖାଦ୍ୟ ପାଇଁ ଅନେକ ସମୟରେ ଫିଲ୍ଡ୍‌ରେ କାର୍ଯ୍ୟ କରୁଥିବା ଅଙ୍ଗନାୱାଡି କର୍ମୀ ଅସୁବିଦାର ସମ୍ମୁଖୀନ ହେଉଛନ୍ତି। ଏସବୁର ସମାସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବୀ କରିଛି। ସେପଟେ ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର ପୁରାପୁରି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂହ। ଏସବୁ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ସମାସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

ଅଙ୍ଗନାୱାଡି କର୍ମୀଙ୍କ ସମାସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ସମସ୍ଥ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଅଙ୍ଗନାୱାଡି କର୍ମୀଙ୍କ କାର୍ଯ୍ୟଶୈଳୀକୁ ଅଧିକ ମଜବୁତ୍ ଏବଂ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନାୱାଡି କର୍ମୀଙ୍କୁ ମୋବାଇଲ୍ ପ୍ରଦାନ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ଶିଶୁଙ୍କ ଓଜନ ତଦାରଖ କରିବାକୁ ଓଜନ ମାପ ଯନ୍ତ୍ର ମଧ୍ୟ ସମସ୍ଥ କେନ୍ଦ୍ରକୁ ବିତରଣ କରାଯିବ।

Odisha govenment give mobile phone to anganwadi worker