ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିବ ଆଉ ୧୪୬୫୯୦ ଟି କରୋନା ଟିକା । ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି । ଏହି ୧୪୬୫୯୦ଟି ଟିକା ମଧ୍ୟରୁ ୬୩୦୯୦ଟି କୋଭିସିଲ୍ଡ ଟିକା ଓ ୮୩୫୦୦ଟି କୋଭାକ୍ସିନ ଟିକା ରହିଛି । ଆସିବାକୁ ଥିବା ୬୩୦୯୦ଟି ଟିକା ମଧ୍ୟରୁ ୨୦୭୩୦ଟି ଟିକା ଚେନ୍ନାଇସ୍ଥିତ ସରକାରୀ ଔଷଧ ଡିପୋ ୪୨୩୬୦ ଟି ଟିକା ମୁମ୍ବାଇସ୍ଥିତ ସରକାରୀ ଔଷଧ ଡିପୋରୁ ଆସିବ । କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାକୁ ୮ ଲକ୍ଷ ୧୧ ହଜାର ଟିକା ଯୋଗାଇଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସମେତ ସାରା ଦେଶରେ ଗତ ଜାନୁଆରି ୧୬ରୁ କରୋନା ଟୀକାକରଣ ଆରମ୍ଭ ହୋଇଛି । ସେହିପରି ଆସନ୍ତା ୬ ତାରିଖରୁ ରାଜ୍ୟରେ ସମ୍ମୁଖ କରୋନା ଯୋଦ୍ଧା ମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ ।
odisha get more one core forty six lakh covid vaccines shortly