୨୦୧୮-୧୯ରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪%ରୁ ୮.୪%କୁ ବୃଦ୍ଧି

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪%ରୁ ୮.୪%କୁ ବୃଦ୍ଧି ପାଇଛି; ହରିଆନା, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶଠାରୁ ଏହି ଅଭିବୃଦ୍ଧି ହାର ଅଧିକ । ରାଜ୍ୟରେ ହରିଆନା, ପଞ୍ଜାବ, କେରଳ, ଛତିଶଗଡ଼, ମଧ୍ୟ ପ୍ରଦେଶଠାରୁ ଅଧିକ କୃଷି କ୍ଷେତ୍ରରେ ୪୮% କର୍ମଚାରୀ ନିଯୁକ୍ତି ପାଇଥିବା ଜଣାଯାଇଛି।

ଅନ୍ୟ ରାଜ୍ୟ ତୁଳନାରେ ଶିଶୁ ମୃତ୍ୟୁହାର କମ୍ ରହିଛି। ସ୍ବାସ୍ଥ୍ୟ, ଜୀବନଧାରଣ ମାନ ଓ ନିରାପତ୍ତା କ୍ଷେତ୍ରରେ ବିକାଶ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୨.୯% ରହିଛି।  ଏହା ସର୍ବଭାରତୀୟ ହାରଠାରୁ କମ୍ ବୋଲି ଜଣାଯାଇଛି। ରାଜ୍ୟ ଜିଡିପି ହାର ଜାତୀୟ ହାରଠୁ ଅଧିକ ରହିଛି।

କୃଷି, ଶିଳ୍ପ, ସେବା କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି । ଖଣି କ୍ଷେତ୍ରରୁ ୧୦.୮ ପ୍ରତିଶତ ଜିଡିପିକୁ ଅଂଶ ଭାବେ ମିଳିଛି, ଉତ୍ପାଦନ କ୍ଷେତ୍ରରୁ ୧୮.୫ ସେବା କ୍ଷେତ୍ରରୁ ୪୧.୬ ପ୍ରତିଶତ ମିଳିଛି । ଓଡ଼ିଶା ଇକୋନୋମିକ୍ ସର୍ଭେ ୨୦୧୮-୧୯ରୁ ଏହି ତଥ୍ୟ ମିଳିଛି।