ଅର୍ଥନୈତିକ ସର୍ଭେ ରିପୋର୍ଟ; କମିଲା ରାଜ୍ୟର ଅଭିବୃଦ୍ଧି ହାର

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଆଜି ଏହା ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଥିବା ଏଥିରୁ ଜଣାପଡିଛି ।

୨୦୧୮ -୧୯ରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ରହିଥିବାବେଳେ ୨୦୧୯ -୨୦ରେ ଏହା ୬.୧୬ ରହିବ ବୋଲି ଆକଳନ କରାଯାଇଛି। କୃଷି ଉତ୍ପାଦନ ହ୍ରାସ, ବାତ୍ୟାର ପ୍ରଭାବ, ଖଣି ୱେବ ୫ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ ।

ତେବେ ଜାତୀୟ ହାର ଠାରୁ ଓଡିଶା ଉପରେ ରହିଛି। ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ସେହିପରି ୨୦୧୯- ୨୦ମୁଣ୍ଡ ପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଛୁଇଁବ ବୋଲି ଆକଳନ କରାଯାଇଛି। ୨୦୧୮ -୧୯ରେ ଏହା ୯୫୧୬୪ ଟଙ୍କା ଥିଲା। ୨୦୧୪ -୧୫ରୁ ୧୮ -୧୯ ମଧ୍ୟରେ ୨୧ଲକ୍ଷ ୭୬ହଜାର ପକ୍କା ଘର ନିର୍ମାଣ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।