କୋଭିଡ୍ ଟିକା ଓ ଅନ୍ୟ ଉପକରଣ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ଓଡ଼ିଶାକୁ ଅଧିକ ସଂଖ୍ୟାରେ ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । । ଟିକା ଅଭାବରୁ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୯ ଲକ୍ଷ ବ୍ୟକ୍ତି ଅଛନ୍ତି । ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାବି କରିଛନ୍ତି ।

ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ମାସ୍କ, କିଟ୍ ଯୋଗାଇ ଦେବାକୁ ଦାବି କରାଯାଇଛି । ଡି-ଟାଇପ୍ ଅକ୍ସିଜେନ ସିଲିଣ୍ଡର-୧୦ହଜାର, ବି-ଟାଇପ ଅକ୍ସିଜେନ ସିଲିଣ୍ଡର-୨୦ହଜାର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୧୦୦ ଭେଣ୍ଟିଲେଟର, ୫ଲକ୍ଷ N-୯୫ ମାସ୍କ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।