ଜାରି ହେଲା ଅଗଷ୍ଟ ମାସ ଗାଇଡ୍‌ଲାଇନ୍‌ : ଖୋଲିବ ହୋଟେଲ, ମଲ, ସି-ବିଚ୍

ଅନଲକ ମୁହାଁ ଓଡ଼ିଶା

ଭୁବନେଶ୍ୱର : ଅଗଷ୍ଟ ଗାଇଡଲାଇନ ନେଇ ବଡ଼ ଘୋଷଣା । ଖୋଲିବ ପାର୍କ ଓ ବେଳାଭୂମି । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଦୋକାନ ଆଦି ଖୋଲିବା ନେଇ ଅନୁମତି ଦେଲେ ରାଜ୍ୟ ସରକାର । କିନ୍ତୁ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଖୋଲିବା ସହ କୋଭିଡ଼ କଟକଣା ବଳବତ୍ତର ରହିବ । ପଚାଶ ପ୍ରତିଶତ ଗ୍ରାହକରେ ଏହି ସବୁ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।  ଏସଆରସି ପ୍ରଦୀପ ଜେନା ଏହି ଘୋଷଣା କରିଛନ୍ତି ।
ଅଗଷ୍ଟ ଗାଇଡଲାଇନରେ ସପ୍ତାହିକ ହାଟ, ବଜାର ଖୋଲିବ, ସୁଇମିଂ ପୁଲ ମଧ୍ୟ ଖୋଲିବ । ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ ଅଗଷ୍ଟ କଟକଣା । ସେହିପରି ରାତି ୮ରୁ ସକାଳ ୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ଭୁବନେଶ୍ୱର,କଟକ ଓ ପୁରୀରେ ଶନିବାର ରବିବାର ଦୋକାନ, ବଜାର ପୂର୍ବଭଳି ବନ୍ଦ ରହିବ ।
ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା ରଖିଛନ୍ତି ସରକାର । ଆହାର କେନ୍ଦ୍ର ଖୋଲା ରହିବ ସମସ୍ତ ମଲ୍ ଖୋଲିବ । ସେହିପରି ପୂର୍ବରୁ ବନ୍ଦ ରହିଥିବା ସିନେମା ହଲ, ପ୍ରେକ୍ଷାଳୟ ଆଦି ମଧ୍ୟ ଖୋଲାଯିବ । କିନ୍ତୁ ହଲ, ପ୍ରେକ୍ଷାଳୟ ଆଦିରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ବୋଲି ଘୋଷଣା କରିଛନ୍ତି ଏସଆରସି ।

ସେହିପରି ରାଜନୈତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଉପରେ କଟକଣା ସାମାନ୍ୟ କୋହଳ ହୋଇଛି । ଶୋଭାଯାତ୍ରା, ଶିଳାନ୍ୟାସ ଏବଂ ଅନ୍ୟାନ ରାଜନୈତିକ କାର୍ଯ୍ୟକ୍ରମ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଚାଲିପାରିବ । ଏହି ସବୁ କାର୍ଯ୍ୟକ୍ରମରେ ୩୦ ଜଣରୁ ଅଧକ ଲୋକଙ୍କୁ ବାରଣ କରାଯାଇଛି । ଯାତ୍ରା, ରଙ୍ଗମଞ୍ଚ, ପ୍ରେକ୍ଷାଳୟ ଏବଂ ସିନେମା ହଲ ଆଦି ମଧ୍ୟ କୋଭିଡ କଟକଣା ଅନୁଯାୟୀ ଖୋଲିବ ବୋଲି ଅନୁମତି ପ୍ରଦାନ କରିଛନ୍ତି ସରକାର ।

ଇଣ୍ଡୋର, ଆମୋଦପ୍ରମୋଦ, ଓ୍ବାଟର ପାର୍କ, ମ୍ୟୁଜିୟମ, ପ୍ରତ୍ନତାତ୍ତ୍ବିକ ସ୍ଥଳୀ, ଚିଡିଆଖାନା, ଦୋଳି ଆଦି ଖୋଲାଯାଇପାରିବ । ଓଲା, ଉବେର, ଟାକ୍ସି ସେବା ଜାରି ରହିବ କିନ୍ତୁ ସିଟ ଅନୁସାରେ ଯାତ୍ରୀ ପରିବହନ ହେବ । ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହାନ ସଟଡାଉନରେ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରହିବ । ସମସ୍ତ କାର୍ଯ୍ୟାଳୟ, ଦୋକାନବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ ।

ପୋଲିସ, ସରକାରୀ କର୍ମଚାରୀ, ସ୍ବଚ୍ଛତାରେ ନିୟୋଜିତ କର୍ମଚାରୀ, ବିମାନବନ୍ଦର, ପରିବହନ ସେବାରେ ନିୟୋଜିତ କର୍ମଚାରୀଙ୍କ ଲାଗି କଟକଣା ରହିବ ନାହିଁ । ଔଷଧ ଦୋକାନ, ଯାତ୍ରୀ ପରିବହନ ସେବା ଜାରି ରହିବ । ବସଷ୍ଟାଣ୍ଡ, ବିମାନବନ୍ଦର ଓ ରେଳଷ୍ଟେସନକୁ ଯାଉଥିବା ଗାଡି ଚଳାଚଳ କରିପାରିବ । ଏଲପିଜି, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ମାଛ, ମାଂସ, ଅଣ୍ଡା, ଗ୍ରୋସରୀର ହୋମ ଡେଲିଭରି କରାଯାଇପାରିବ । ସ୍ବିଗି, ଜମାଟୋ ଖାଦ୍ୟର ହୋମଡେଲିଭରି କରିପାରିବେ ।

ରାତି ୮ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ

କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ

ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା

ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ

ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ

ରାଜ୍ୟରେ କଣ କଣ ଖୋଲା ରହିବ-

ସକାଳ ୬ରୁ ରାତି ୮ ଯାଏ ସବୁ ଖୋଲା

୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବା

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା

ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ

ସମସ୍ତ ଆହାର କେନ୍ଦ୍ର ଖୋଲାରହିବ

ରେଷ୍ଟୁରାଣ୍ଟ ଖୋଲିବ

ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ

ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି

ମୀନା ବଜାର ଖୋଲାଯାଇପାରିବ

ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ

ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ

ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ