ପୂର୍ବ ଭାରତ ସମେତ ପୂର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନର ଷ୍ଟାଟଅପ୍‌-ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା କେବଳ ଭାରତ ତଥା ପୂର୍ବ ଭାରତର ଅର୍ଥନୀତିର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଦକ୍ଷିଣ-ପୂର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ମଧ୍ୟ ହେବ ବୋଲି ଆଜି ନୂଆଦିଲ୍ଲୀଠାରେ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଷ୍ଟାଟଅପ୍ -ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତମାନ ସମୟରେ ଇନୋଭେସନ ଏବଂ ଟେକ୍ନୋଲୋଜି ନୂଆ ବ୍ୟବସାୟିକା ମଡେଲକୁ ଜନ୍ମ ଦେଇଛି ଏବଂ ଶିଳ୍ପ ବିପ୍ଳବ ୪.୦ ଏଦିଗରେ ବଡ ପରିବର୍ତନ । ଓଡ଼ିଶାର ସ୍ୱତନ୍ତ୍ର ଭୌଗଳିକ ସ୍ଥିତି ଆଗାମୀ ଦିନର ସମ୍ଭାବ୍ୟ ଅର୍ଥନୀତିକୁ ଦର୍ଶାଉଛି ଏବଂ ପୂର୍ବ ଭାରତର ବିକାଶରେ ଏକ ପେଣ୍ଠସ୍ଥଳି ଭାବେ ଛିଡା ହୋଇଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଆ ସମାଜ ଏକ ବୌଦ୍ଧିକ ସମ୍ପନ୍ନ ସମାଜ । ଏହି ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡ଼ିଆ ଲୋକ ବିଶ୍ୱକୁ ଜୟ କରିପାରିବେ । ମାତ୍ର ଓଡ଼ିଆ ଲୋକ ତଥା ଓଡ଼ିଶାର ବିକାଶ ପାଇଁ ଏକ ଇକୋସିଷ୍ଟମ ତିଆରି ଆବଶ୍ୟକତା ରହିଛି । ଯଦ୍ୱାରା ଓଡ଼ିଶାର ସାଧାରଣ କରିବ ଘରର ଯୁବପିଢ଼ୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତାକୁ ସଠିକ୍ ମାର୍ଗରେ ପ୍ରତିପାଦିତ କରିପାରିବେ ।

ବିଶେଷଭାବେ ଲୋକଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଲେ ହିଁ ରାଜ୍ୟ ଆଗକୁ ବଢ଼ିପାରିବ । ସେହିପରି ଯେଉଁ ପର୍ଯ୍ୟନ୍ତ ସମାଜ ଆଗକୁ ବଢ଼ିବ ନାହିଁ, ସେହି ଅଂଚଳର ବିକାଶ ମଧ୍ୟ ଦ୍ରୁତଗାମୀ ହେବ ନାହିଁ । ତେଣୁ ସମାଜର ବିକାଶ ପାଇଁ ସବୁ ବର୍ଗର ଲୋକମାନେ ଆଗକୁ ଆସିବା ଦରକାର ।

ଓଡ଼ିଆ ପିଲାର ବୌଦ୍ଧିକ ଶକ୍ତି ଓଡ଼ିଆ ଜାତିର ସମ୍ବଳ । ଆମର ଦାୟିତ୍ୱ ଆମ ପିଲାମାନଙ୍କ ଭିତରେ ଥିବା ବୁଦ୍ଧିମତାକୁ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ରୂପ ଦେବା । ଏହି ହେଲେ ହିଁ ଓଡ଼ିଶାର ବିକାଶ ସମ୍ଭବ ଏବଂ ଏହା ସମ୍ପ୍ରତି ସମୟର ଆହ୍ୱାନ ମଧ୍ୟ । ଯଦି ଆମେ ଉପଯୁକ୍ତ ଦକ୍ଷତା ବିକାଶରେ ସଫଳ ହେବା, ଆମର ପିଲା ଷ୍ଟାଟଅପ୍ ଏବଂ ଉଦ୍ୟୋଗୀ କ୍ଷେତ୍ରରେ ନୂଆ କୀର୍ତୀମାନ ରଚିପାରିବେ ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ରକେଟ୍ ଉତକ୍ଷେପଣ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ପାଇଁ ଲିମକା ବୁକ୍ ରେକର୍ଡରେ ସ୍ଥାନ ପାଇଥିବା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟି ପ୍ରଂଶସନୀୟ । ଓଡ଼ିଶାର ସାଧାରଣ ଘରର ମେଧାବୀ ପିଲାମାନେ ପାଠ ପଢ଼ିବ ସମୟରେ ହୀରାକୁଦ ଡ୍ୟାମର ସିଲିଟେସନ ସମସ୍ୟାର ସମାଧାନ ପାଇଁ ପାଇଁ କଲେ । ଏହା ହିଁ ପାଠର ମୂଳ ଉଦ୍ଦେଶ୍ୟ ହେବ ଦରକାର ।

୨୦୧୬ ମସିହାକୁ ଓଡ଼ିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂରିବ । ମାତ୍ର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟର ୨୫ଟି ଜିଲ୍ଲରେ ନବଜାତ ଶିଶୁମାନେ କୁପୋଷଣର ଶିକାର ହେବା ସମ୍ପ୍ରତି ସମୟର ବଡ ସମସ୍ୟା । ତେଣୁ ଏହାକୁ ସମାଜର ସବୁ ବର୍ଗର ଲୋକଙ୍କ ସହ ମିଶି ସମାଧାନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।