ସୁସ୍ଥ ହୋଇ ଘରକୁ ଫେରିଲେ ଓଡିଶାର ଦ୍ୱିତୀୟ କୋରନା ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ଯୁବକ ଜଣକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି ।


ବ୍ରିଟନେରୁ ଫରେିଥିବା ଭୁବନଶେ୍ୱର ଯୁବକଙ୍କ ସ୍ୱାବ ନମୁନା ଗତ ମାର୍ଚ୍ଚ ୧୯ରେ ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲର ଆଇସୋଲସେନରେ ରଖାଯାଇଥିଲା । ସଂପୃକ୍ତ ଯୁବକଙ୍କର ବାରମ୍ବାର ସ୍ୱାବ ନମୁନା ପରୀକ୍ଷା କରାଯାଉଥିଲା । ଆଜି ପୁଣି ନମୁନା ନଭେଟେିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରି ଘରକୁ ପଠାଇବା ନିଷ୍ପତ୍ତି ହୋଇଥିଲା । ଦ୍ୱିତୀୟ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।