ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଛୁଇଁଲା ୫୬

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ଛୁଇଁଛି । ତେବେ ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ ସେ କେଉଁ ଅଂଚଳର ତାହା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରର ବମିଖାଲ ଅବରୋଧ ଅଂଚଳରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷା ପରେ ସେ  ପଜିଟିଭ ଚିହ୍ନଟ ହୋଇଥିଲେ।