ପିସିସି ସଭାପତିଙ୍କୁ ଆକ୍ରମଣ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : କଂଗ୍ରେସ

ଭୁବନେଶ୍ୱର  :  ଗତକାଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ ନିଶାଶକ୍ତ ଦୁର୍ବୁତ ପିସିସି ସଭାପତିଙ୍କ ଗାଡ଼ିକୁ ଓଭରଟେକ କରି ଆଗରେ ଗାଡ଼ି ଅଟକାଇ ଆକ୍ରମଣ କରିବାକୁ ଉଦ୍ୟମ କଲେ । ସଭାପତିଙ୍କୁ ସୁରକ୍ଷା ଦେବାକୁ ଯାଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭର ଆଗକୁ ଆସିବାରୁ ଉକ୍ତ ୫ଜଣ ଦୁର୍ବୁତ ତାଙ୍କ ମରଣାତ୍ମକ ଆକ୍ରମଣ କଲେ ଏବଂ ତାଙ୍କ ତଂଟି ଧରି ଚିପିଦେବା ବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଘଟଣା ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କାଲିର ଘଟଣା ପରେ ସୁରକ୍ଷାକର୍ମୀ ଥାନାରେ ଏତଲା ଦେବାପରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରି ୫ଜଣ ପରିବର୍ତେ ଜଣକୁ ଗିରଫ କରିଛି ଜିଏକି କେନ୍ଦୁୂଝର ବିଜେପି ଯୁବ ମୋର୍ଚ୍ଚାର ଉପଦେଷ୍ଟା ବୋଲି ସ୍ୱୀକାର କରିଛି । ଏଥିରୁ ଜଣାପଡ଼ୁଛି ଏହି ଆକ୍ରମଣ ଘଟଣା ବିଜେପି ଦ୍ୱାରା ପ୍ରାୟୋଜିତ । ପିସିସି ସଭାପତିଙ୍କୁ ଆକ୍ରମଣ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି ସବୁ ଦେଖି ନ ଦେଖିଲା ଭଳି ବିଜେଡ଼ି ବିଜେପିକୁ ସୁରକ୍ଷା ଦେଉଛି । ତେଣୁ ଏ ପ୍ରରୀପ୍ରେକ୍ଷୀରେ ପୋଲିସର ଏଭଳି ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିବା ସହ ବିଜେଡ଼ି ଓ ବିଜେପି ମିଶି ରାଜ୍ୟରେ ରାଜନୈତିକ ହିଂସା କରିଚାଲିଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟକଳାପକୁ କଂଗ୍ରେସ ପକ୍ଷରୁ ଆଉ ବରଦାସ୍ତ କରାଯିବ ନାହିଁ ।

ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ କେବେ ହିଂସାକୁ ପ୍ରଶୟ ଦିଏ ନାହିଁ ଅହିଂସାକୁ ବିଶ୍ୱାସ କରେ । ବିଜେଡ଼ି ଓ ବିଜେପି ମିଶି ହିଂସାକୁ ପ୍ରଶୟ ଦେଇ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ଆଗାମୀ ଦିନରେ ଏହାର ଦୃଢ଼ ଯବାବ ଦେବ ବୋଲି ଶ୍ରୀ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଧାୟକ ତାରାପ୍ରସାଦ ବାହିନୀ ପତି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦାକରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ଏନ୍‌ଏସ୍ ଏ ଲାଗୁ କରିବାକୁ ଦାବି କରିଛନ୍ତି । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଏହି ଉକ୍ତି କହି ବିଜେଡ଼ି ଓ ବିଜେପି ଏକ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଚାଷୀ ସମସ୍ୟା ନେଇ ବିଜେପି ବିଚଳିତ ଥିବା ବେଳେ ତ୍ରିପୁରାର ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣା ୨୪ ଘଂଟା ନପୁରୁଣୁ ଓଡ଼ିଶା ପିସିସି ସଭାପତିଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ଘଟଣା ବିଜେପି ପ୍ରାୟୋଜିତ ବୋଲି ସେ କହିଛନ୍ତି । ବର୍ତମାନେ ଦେଶରେ ଚାଷୀ ସମସ୍ୟା ଦେଖାଦେଇଛି । ସେହିପରି ଉପସ୍ଥିତ ଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ସରକାରଙ୍କୁ ଚେତାବନି ଦେଇଛନ୍ତି ଆଗାମୀ ଦିନରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦିଏ ତେବେ କଂଗ୍ରେସ ଚୁପ ନରହି ଦୃଢ଼ ଯବାବ ଦେବ ଏବଂ ରାଜ ରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବ ।

odisha congress press meet on attack to pcc president

ଏହି ପ୍ରରୀପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି ଶ୍ରୀ ଅଭୟଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀ ଏବଂ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଥଲେ । ଏହି ଦାବି ପତ୍ରରେ ଉକ୍ତ ଘଟଣା କେବଳ କେନ୍ଦୁଝର ଜିଲ୍ଳାରେ ଆଲୋଡନ ସୃଷ୍ଟି କରିନାହିଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଓଡ଼ିଶାବାସୀ ତଥା ନିରଞ୍ଜନ ବାବୁଙ୍କୁ ଭଲ ପାଉଥିବା ବ୍ୟକ୍ତିମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି । ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିକଟସ୍ତ କେନ୍ଦୁଝର ଥାନାରେ ଏତଲା ଦେବାପରେ ଜଣେ ବିଜେପି ଦଳର ଯୁବମୋର୍ଚ୍ଚାଙ୍କୁ ମାତ୍ର ଗରିଫ କରି ଅନ୍ୟ ସଂପୃକ୍ତ ଅସମାଜିକ ଯୁବକ ତଥା ମାଷ୍ଟର ମାଇଣ୍ଡକୁ ଗିରଫ ନକରିବା, ଗାଡ଼ିକୁ ଜବତ ନକରିବା ପୋଲିର ପାରିବା ପଣିଆକୁ ପଦାରେ ପକାଇଛି ବୋଲି ଏହି ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅବଗତ କରାଇ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ୟାସିର ନୱାଜ, ଗିରିବାଳା ବେହରା, ନିଶିକାନ୍ତ ମିଶ୍ର, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଅଶୋକ ସ୍ୱାଇଁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।