କଂଗ୍ରେସ ଭବନରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେଲା

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାରଙ୍କ ଦ୍ୱାରା ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା । ଏହି ପଂଚାୟତ ରାଜ କମିଟି ଅଧ୍ୟକ୍ଷ ଶ୍ରୀ ଯଜେ୍ଞଶ୍ୱର ବାବୁ ଏହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ଡ. ଚେଲା କୁମାର ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ବୋଧନ ଦେଇ କହିଲେ ଦଳୀୟ ଶୃଙ୍ଖଳା ଅତି ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯିବ । ଯିଏ ଯେକୌଣସି ପଦପଦବୀରେ ଥାଆନ୍ତୁ ନା କାହିଁକି ଦଳୀୟ ଶୃଙ୍ଖଳା ଅମାନ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଶୃଙ୍ଖଳା ପ୍ରଗତିର ପ୍ରଥମ ପାହାଚ । ଶୃଙ୍ଖଳା ବିନା ପ୍ରଗତି ଅସମ୍ଭବ । ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀ ଓ ନେତୃବର୍ଗଙ୍କ ପାଇଁ କଂଗ୍ରେସର ସ୍ଥାନ ନାହିଁ । ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଳାର ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଜିଲ୍ଳା ସଭାପତି ତଥା ବିଭିନ୍ନ ଜିଲ୍ଲା ପର୍ଯ୍ୟବେକ୍ଷକ, ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ଅଧ୍ୟକ୍ଷ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ସାଧୁତା, ନିଷ୍ଠା ଓ ଏକତ୍ର ଭାବ କଂଗ୍ରେସ ଦଳକୁ ଶଶକ୍ତ କରିବାପାଇଁ ଏକାନ୍ତ ଅପରିହାର୍ଯ୍ୟ । ଯେ ପର୍ଯ୍ୟନ୍ତ କଂଗ୍ରେସ ନେତୃବର୍ଗ ସେ ରାଜ୍ୟ ସ୍ତରର ହୁଅନ୍ତୁ, ଜିଲ୍ଲା ସ୍ତର, ବ୍ଲକ ସ୍ତର କିମ୍ବା ପଂଚାୟତ ସ୍ତରରେ ନିଜ ଭିତରେ ଏକତ୍ର ଭାବ ରହିବ ନାହିଁ ଓ ନିଷ୍ଠା ରହିବ ନାହିଁ ସେ ପର୍ଯ୍ୟନ୍ତ ଦଳ ଶକ୍ତିଶାଳୀ ହୋଇପାରିବ ନାହିଁ । ଶ୍ରୀ ପଟ୍ଟନାୟକ ଆସନ୍ତା ଦିନରେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାକୁ ଗ୍ରସ୍ତ କରିବା ସହିତ ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ସେ ଅଂଚଳର ସମସ୍ୟାକୁ ସରକାରଙ୍କ ପାଖରେ ଉତ୍‌ଥାପନ କରିବା ସହିତ ସମାଧାନ କରିବାରେ କଂଗ୍ରେସ ପ୍ରୟାସ କରିବ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କଂଗ୍ରେସ ଦଳକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ନିଜର ମତ ରଖି କହିଥିଲେ ଯେ ପ୍ରତ୍ୟେକ କଂଗ୍ରେସ ନେତୃବର୍ଗ ଲୋକମାନଙ୍କ ସହିତ ଅହରହ ଜଡ଼ିତ ରହିବା ଉଚିତ୍ । ତତ୍ ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତିକୁ ଲୋକମାନଙ୍କ ଆଗରେ ପର୍ଦାଫାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଠ ସ୍ତମ୍ଭକାର ଦାସ ବେନେହୁର, ଗାନ୍ଧୀ ଓ ନେହେରୁଙ୍କ ଆଦର୍ଶ କଂଗ୍ରେସ ସଂଗଠନ ଓ କଂଗ୍ରେସର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ କଂଗ୍ରେସ ଭାରତବର୍ଷ ପାଇଁ ଅତୀତ ନଥିଲା ଏବଂ କଂଗ୍ରେସର ବର୍ତମାନ ଓ ଭବିଷ୍ୟତ ପାଇଁ ବହୁ ଆବଶ୍ୟକ ଓ ଗୁରୁତ୍ୱ ବହନ କରେ । କଂଗ୍ରେସ ଖାଲି ଏକ ରାଜନୈତି ଦଳ ନୁହେଁ ଏହା ଏକ ଚିନ୍ତାଧାରା । ଗାନ୍ଧୀ ନେହେରୁୂଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ଆଧୁନିକ ଭାରତ ଇତିହାସରୁ କେହିକେବେ ସତଚେଷ୍ଟା କଲେ ମଧ୍ୟ ପୋଛି ଦେଇ ପାରିବ ନାହିଁ । ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପ୍ରଶିକ୍ଷିକ ମାନଙ୍କୁ କହିଲେ ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ସମସ୍ତ ଜନବିରୋଧି ନୀତିନିଷ୍ପତିକୁ ଅତି କୋଠାର ଭାବରେ ପ୍ରତ୍ୟେକ ସ୍ତରରେ ସମାଲୋଚନା କରିବା ସହିତ ଜନସାଧାରଣଙ୍କୁ ଏ ବାବବଦରେ ସଚେତନ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଦୁର୍ନୀତିକୁ ପର୍ଦାଫାସ କରିବ ସହିତ ଦୁର୍ନୀତିଖୋର ବ୍ୟକ୍ତିଙ୍କୁ କଠୋର ଦଣ୍ଡ ପାଇଁ ସଂଗ୍ରାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ଆସନ୍ତା ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରସ୍ତୁତି ତଥା କିଭଳି ଭାବରେ କେଉଁସବୁ ବିଷୟକୁ ଗ୍ରାମାଂଚଳରେ ଉତ୍‌ଥାପନ କରାଯିବ ଏହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଶ୍ରୀ ସୁଦର୍ଶନ ଦାସ ପଂଚାୟତ ରାଜ ଅନୁଷ୍ଠାନକୁ ଅଧିକ ଶକ୍ତିଶାଳି କରିବା ସହିତ ପଂଚାୟତ ସ୍ତରରେ କଂଗ୍ରେସ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ସେବା କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଶେଷ ନିର୍ଯ୍ୟାସ ଲୋକମାନଙ୍କ ସମସ୍ୟା ଓ ଲୋକମାନଙ୍କ ସହିତ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ ଏକ ଲଢ଼େଇ ଜାରି ରଖିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ପିସିସି ପର୍ଯ୍ୟବେକ୍ଷକ ଓ ପ୍ରଦେଶ କଂଗ୍ରେସ ସାମୁଖ୍ୟ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ ।