ରାଜ୍ୟ କଂଗ୍ରେସ ପକ୍ଷରୁ ଗାନ୍ଧି ଜୟନ୍ତୀ ଅବସରରେ ପଦଯାତ୍ରା

ଭୁବନେଶ୍ୱର:ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଗାନ୍ଧି ପାର୍କରୁ କଂଗ୍ରେସ ଭବନ ଯାଏଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି ।

ଆଜି ପବିତ୍ର ଗାନ୍ଧି ଜୟନ୍ତୀ । ଜାତିର ପିତା ଗାନ୍ଧିଙ୍କୁ ସାରା ଦେଶ ମନେ ପକାଉଛି । ଏହି ଅବସରରେ ଦେଶ ତଥା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଗାନ୍ଧି ପାର୍କରୁ କଂଗ୍ରେସ ଭବନ ଯାଏଣ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ଅନେକ ଛାମୁଆ ନେତା ଉପସ୍ଥିତ ରହିଥିଲେ ।

ଏହି ପରିପ୍ରେକ୍ଷୀରେ ଜିତେନ୍ଦ୍ର କହିଛନ୍ତି ଯେ, ଏହି ପଦଯାତ୍ରାର ଲକ୍ଷ୍ୟ ହେଉଛି ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳପୋଛ । ହିଂସାରେ ବିଶ୍ୱାସ ରଖି ଗାନ୍ଧି ଜୟନ୍ତୀ ପାଳନ କରିବାର ମୂଲ୍ୟ କିଛି ନାହିଁ ।