ଉପନିର୍ବାଚନ ପାଇଁ କଂଗ୍ରେସର ନୂତନ ପ୍ରଚାରକଙ୍କୁ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର :  ଚଳିତ ବାଲେଶ୍ୱର ବିଧାନସଭା ଓ ତିର୍ତୋଲ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରଚାର କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ନେତୃବୃନ୍ଦମାନଙ୍କୁ ପ୍ରଚାରକ ଦାୟିତ୍ୱ ଅର୍ପଣ କରିଥିଲେ । ଆଜି ଶ୍ରୀ ପଟ୍ଟନାୟକ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଆଉ କେତେକ ନେତୃବୃନ୍ଦମାନଙ୍କୁ ପ୍ରଚାରକ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ନେତୃବୃନ୍ଦମାନେ ନିଜ ଦାୟିତ୍ୱରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ତୁରନ୍ତ ଗସ୍ତ କରି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱ ନିମନ୍ତେ କଂଗ୍ରେସ ନେତା ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶ୍ରୀ ଶମ୍ଭୁ ପାଣିଗ୍ରାହୀ, ପ୍ରାକ୍ତନ ପିସିସି ସଂପାଦକ କୈଳାସ ସାହୁ (ଖୋର୍ଦ୍ଧା), ପ୍ରଶାନ୍ତ କୁମାର ସାହୁ ରହିଥିବା ବେଳେ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱରେ କଂଗ୍ରେସ ନେତା ତଥା ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଶଶିଭୂଷଣ ଲେଙ୍କା, କଂଗ୍ରେସ ନେତା ପ୍ରଦୀପ ପାତ୍ର, ପ୍ରାକ୍ତନ ପିସିସି ସଂପାଦକ ସୁଶାନ୍ତ ତ୍ରିପାଠୀ ଓ ସୂର୍ଯ୍ୟନାରାୟଣ ପଣ୍ଡା, ସଂଖ୍ୟାଲଘୁ ନେତା ଆବୁ ସମା ଓ ସୁଲତାନ୍ ସୈଫୁଲା ଖାନ୍‌, ରାଜ୍ୟ ମହିଳା କଂଗ୍ରେସର ସଂପାଦିକା ନିରୁପମା ପାତ୍ର, ନରେଶ ମହାନ୍ତି, ଅଲେଖ ସାମଲ, ଆର.ଜି.ପି.ଆର.ଏସ୍‌. ଢ଼େଙ୍କାନାଳ ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ପ୍ରଧାନ, ପିସିସି ମିଡିଆ ପ୍ରାକ୍ତନ ସଂଯୋଜକ ଦୀପକ କୁମାର ମହାପାତ୍ର ଏବଂ ଓବିସି ନେତା ମନୋଜ ସାହୁ ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।

odisha congress declare new team for by election