ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର : ଆସନ୍ତା ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ଆସନରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ଆଜି ବିଜେଡ଼ି ପକ୍ଷରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବାଲେଶ୍ବର ସଦର ପାଇଁ ସ୍ବରୂପ ନାୟକ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ବିଜେପି ଏହି ଦୁଇଟି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି ।

ପୂର୍ବରୁ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି । ରବିବାର ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସୋମବାର ବିଜେଡି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି । ସେହିପରି ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ସଦରରୁ ସ୍ୱରୁପ କୁମାର ଦାସ ଓ ତିର୍ତ୍ତୋଲ ଆସନରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଛି । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।

odisha-congress-declare-candidate-for-baleswar-tritol-by-election