କାଲି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ଆସନ୍ତା କାଲି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ସନ୍ଧ୍ୟାରେ ଓଡିଶା ପହଞ୍ଚିବେ ସୁନିଲ ଆରୋରା ।୧୪ ଓ ୧୫ ଦୁଇ ଦିନ ଧରି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବେ । ସାଧାରଣ ନିର୍ବାଚନ ନେଇ ବିଭିନ୍ନ ଦଳ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ଇଭିଏମ୍ ଓ ଭିଭିପାଟ୍ ମେସିନର ମକ୍ ଟେଷ୍ଟରେ ଭାଗ ନେଲେ ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀ ଆୟୋଜନ କରିଥିଲେ ଇଭିଏମ୍ ମକ୍ ଟେଷ୍ଟ । ରାଜ୍ୟ ମୁଖ୍ୟ ଶାସନ ସଚିବ ମକ ଟେଷ୍ଟ ଅନୁଧ୍ୟାନ କରିଛନ୍ତି ।