ହକି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ହକିକୁ ଜାତୀୟ କ୍ରୀଡା ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ଲାଗି ଅନୁରୋଧ

ଭୁବନେଶ୍ୱର:ଜାତୀୟ ସ୍ତରରେ ହକିର ପ୍ରାଧାନ୍ୟ ବଢ଼ାଇବା ଲାଗି  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଭାରତର ଜାତୀୟ ଖେଳ ଭାବେ ହକିକୁ ସରକାରୀ ଭାବେ କୌଣସି ଘୋଷଣା ନାହିଁ। ହକିକୁ ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ମୁଖ୍ୟମନ୍ତ୍ରୀ ହକିକୁ ସମ୍ମାନ ଦେବାକୁ ଦାବି କରି ଲେଖିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ ଏବଂ ଆଜି ପର୍ଯ୍ୟନ୍ତ କାହିଁକି ହକିକୁ ଜାତୀୟ କ୍ରୀଡା ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ପ୍ରଥମେ ହକି କେମିତି ଦେଶକୁ ଗୌରବାନ୍ବିତ କରିଛି ସେ ବାବଦରେ ଉଲ୍ଲେଖ କରିଛନ୍ତି । ୧୯୪୮ରେ ଭାରତ ହକିରେ ସ୍ବର୍ଣ୍ଣ ଜିତିବା ସହିତ ବ୍ରିଟେନକୁ ଦେଇଥିଲା ମାତ୍ । ଏହି ଇତିହାସକୁ ମନେ ପକାଇ ହକି ଭାରତବାସୀଙ୍କୁ  ଅନେକ ଥର ଗୌରବାନ୍ବିତ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ନବୀନ । ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ବହୁ ଆଦିବାସୀ ଯୁବକଙ୍କ ପାଇଁ ହକି କେବଳ ଖେଳ ନୁହେଁ ଜୀବନର ଅଙ୍ଗ । ଆଉ ଭୁବନେଶ୍ବରରେ ହକି ବିଶ୍ବକପ ଆୟୋଜନ ହେବାକୁ ଯାଉଛି । ଜାତୀୟ ସ୍ତରରେ ହକି ଯେତିକି ଗୁରୁତ୍ବ ବହନ କରିବା କଥା ସେତେଟା ପାଉନି ।  ହକିର ଗୁରୁତ୍ବ ବୃଦ୍ଧି ନେଇ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।