ରୋଗ କ’ଣ ବିପିଏଲ୍‍ କାର୍ଡ ଦେଖିକି ଆସେ? ନବୀନ

ଭୁବନେଶ୍ୱର : ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ ନକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାକୁ ନେଇ ରାଜ୍ୟରେ ଦିନକୁ ଦିନ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଜନାକୁ ନେଇ ରାଜ୍ୟ ସରକାର ରଖିଥିବା ତଥ୍ୟ ଉପରେ ପ୍ରଶ୍ନ ଉଠାଇ ଏକ ଭିଡିଓ ଜାରି କରିବା ପରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ପଦଯାତ୍ରା ସଭାରେ ନବୀନ ପାଲଟା କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି ।

ନବୀନ କହିଛନ୍ତି , ଆୟୁଷ୍ମାନ ଯୋଜନାଠାରୁ ଆମ ଯୋଜନା ବହୁତ ଭଲ । ଆପଣ କୁହନ୍ତୁ, ରୋଗ କ’ଣ ବିପିଏଲ୍‍ କାର୍ଡ ଦେଖିକି ଆସେ? ଦୁର୍ଘଟଣା କ’ଣ ବିପିଏଲ୍‍ କାର୍ଡ଼ ଦେଖିକି ଆସେ? ଯାହାର ବିପିଏଲ୍‍ କାର୍ଡ଼ ନାହିଁ, ସେ କ’ଣ କରିବ? ସେମାନଙ୍କ ପାଇଁ ରାଜ୍ୟ ସରକାର ଅଛି । ଆପଣମାନଙ୍କ ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଅଛି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍‍ କାର୍ଡ଼ଧାରୀମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତେ ସୁବିଧା ପାଇବେ । ଆମ ଯୋଜନା ସମସ୍ତଙ୍କ ପାଇଁ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ ।