ଓଡିଶାକୁ ଅର୍ନ୍ତଜାତୀୟ ବିମାନ ଚଳାଚଳା ଲାଗି ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି

ପୁରା ଟିମ ସହ ନିଜେ ଆସି ସ୍ଥିତି ପରଖିବା ଲାଗି ନବୀନଙ୍କ ନିମନ୍ତ୍ରଣ

ଭୁବନେଶ୍ୱର : ଓଡିଶାକୁ ଅର୍ନ୍ତଜାତୀୟ ବିମାନ ଚଳାଚଳା ଲାଗି ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଚିଠି ଲେଖିନାହାନ୍ତି ଭୁବନେଶ୍ୱର ଆସି ସ୍ଥିତି ପରଖିବା ଲାଗି ମନ୍ତ୍ରୀଙ୍କ ସମେତ ପୁରା ଟିମକୁ ଚିଠିରେ ନିମନ୍ତ୍ରଣ ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରାଚୀୟ ଦେଶ ଆମେରିକା, ୟୁରୋପରେ ବହୁ ଓଡ଼ିଆ କାମ କରୁଛନ୍ତି । ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଟପ୍‌-୩ରେ ରହିଛି । ଏସବୁ କାରଣରୁ ଅର୍ନ୍ତଜାତୀୟ ଉଡାଣ ଆରମ୍ଭ କରିବାକୁ ନବୀନ ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ନିଜେ ଆସି ସ୍ଥିତି ପରିଖିବାକୁ ନବୀନ କହିଛନ୍ତି । ଓଡ଼ିଶା ସରକାର ସବୁ ପ୍ରକାର ଭିତ୍ତିଭୂମି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏୟାରଲାଇନ୍ସ ଗୁଡିକୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି