କେନ୍ଦୁପତ୍ର ଉପରେ ଜିଏସଟି ହ୍ରାସ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁପତ୍ର ଉପରେ ଜିଏସଟି ହ୍ରାସ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇବା ପାଇଁ ନିବେଦନ କରିଛନ୍ତି ନବୀନ । ଚିଠିରେ ଉଲ୍ଲେଖ ରହିଛି ଯେ ୧୮ପ୍ରତିଶତ ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ବିକ୍ରି କମିଯାଇଛି  । ଫଳରେ ରାଜ୍ୟରେ ସାଢେ ୮ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଜୀବିକା ପ୍ରଭାବିତ ହୋଇଛି । ତେଣୁ ଜିଏସଟିକୁ କମାଇ ୫ ପ୍ରତିଶତ କରିବା ପାଇଁ ଚିଠିରେ ଦାବି ହୋଇଛି ।