କଳାହାଣ୍ଡି ମିଶନଶକ୍ତି ସମାବେଶରେ ମହିଳାଙ୍କୁ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୧୩୪୬ କୋଟିର ପ୍ରକଳ୍ପ କଲେ ଘୋଷଣା, ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା : କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଏଚଚି ଗୋଷ୍ଟିର ସଦସ୍ୟଙ୍କୁ ସହାୟତା ରାଶି ବଣ୍ଟନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡିର ଭବାନିପାଟଣା ଠାରେ  ଆୟୋଜିତ କାର୍ଯ୍ୟକ୍ରମରେ ୯୧୦.୫୭ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୪୩୫.୮୨ କୋଟି ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ୭୬୮.୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେତ୍‌ ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭବାନୀପାଟଣାରେ ଆୟୋଜିତ ମିଶନ୍‌ ଶକ୍ତି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସହାୟତା ରାଶି ବଣ୍ଟନ କରିବା ସହ ଉପସ୍ଥିତ ମହିଳାମାନଙ୍କୁ ଉଦବୋଧନ ଦେଇଛନ୍ତି।ଏହି ମହାସମାବେଶରେ ୫୦,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦାନ କରିଥିଲେ।

୯୧୦.୫୭ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ

୪୩୫.୮୨ କୋଟି ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସରକାରୀ ମହିଳା କଲେଜ ଭିତ୍ତିଭୂମି ଲାଗି ୫ କୋଟି

୧୧,୧୨୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି

ମହାସମାବେଶରେ ଉପସ୍ଥିତ ମହିଳାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ ଏବଂ ଦ୍ୱିତୀୟରେ ଭବାନୀପାଟଣା ସରକାରୀ ମହିଳା କଲେଜରେ ବିଜ୍ଞାନ ପାଠ୍ୟକ୍ରମ ଖୋଲାଯିବ। ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ଲାଗି ୫ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏଥିସହ ମୁଖ୍ୟମନ୍ତ୍ରୀ ଉପସ୍ଥିତ ମହିଳାମାନଙ୍କୁ ଆଜିର କାର୍ଯ୍ୟକ୍ରମ ଲାଗି ଧନ୍ୟବାଦ ଜଣାଇଥିଲେ ।

ମିଶନ୍‌ ଶକ୍ତି ମହାସମାବେଶରେ ୧୧,୧୨୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି ଦିଆଯିବା ସହ ୧୪ ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରରମ୍ଭରେ ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।