କୃଷି ଓ କୃଷକ ପ୍ରସଙ୍ଗରେ କେନ୍ଦ୍ର ଅବହେଳା ଯୋଗୁ କୃଷି ପ୍ରଧାନ ରାଜ୍ୟରେ ହାରିଲା ବିଜେପି- ନବୀନ

ଭୁବନେଶ୍ୱର : କୃଷକ ଓ ଚାଷୀଙ୍କ ଋଣ ସମସ୍ୟା ବିଜେପି ପରାଜୟର କାରଣ । ୫ ରାଜ୍ୟର ନିର୍ବାଚନ ଫଳା ଫଳକୁ ନେଇ ଏମିତି ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ପରାଜୟ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଦି ନେଇ ସ୍ୱାମୀ ନାଥନ କମିଟି ରିପୋର୍ଟର ସୁପାରିଶକୁ କେନ୍ଦ୍ରସରକାର ଲାଗୁ ନକରିବା ଯୋଗୁ ଦଳକୁ କୃଷି ଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡିଲା । ଏମିତି କହି ବିଜେପି ପରାଜୟରେ ନିଶାନା ସାଧିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ନବୀନ କହିଛନ୍ତି “ଆମେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛୁ। ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମସ୍ୟା ସମାଧାନ ହେବ ବୋଲି ଆମେ ଆଶାବାଦୀ”