ଭୁବନେଶ୍ୱର ହେଲା ୱାଇ-ଫାଇ ସହର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ୱାଇ-ଫାଇ ସହର କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସହରରେ ୱାଇ-ଫାଇ ପ୍ରକଳ୍ପ ‘ଭୁବନେଶ୍ୱର-ମି’କୁ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ଭୁବନେଶ୍ୱର ସହରର ୫୦୦ ସ୍ଥାନରେ ହଟସ୍ପଟ୍ ବ୍ୟବସ୍ଥା କରାଯାଇଛି । ଏଣିକି ରାଜଧାନୀବାସିନ୍ଦା ମାଗଣାରେ ୱାଇ-ଫାଇ ସୁବିଧା ହାସଲ କରି ପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱର ସହର ମନ୍ଦିରମାଳିନୀ ସହର ରୂପେ ବିଶ୍ୱରେ ପରିଚିତ । ଏଥିସହିତ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ବିଶେଷ ଅଗ୍ରଗତି ହାସଲ କରିଛି । ‘ଭୁବନେଶ୍ୱର ମି’ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଜ୍ଞାନବୃଦ୍ଧିରେ ସହାୟକ ହେବ । ଯୁବପିଢ଼ି ସେମାନଙ୍କ ଲକ୍ଷ୍ୟକୁ ବୃହତ୍ତର ଦିଗରେ ନେଇପାରିବେ । ମାଗଣା ୱାଇ-ଫାଇ ଦ୍ୱାରା ଇ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି, ମେୟର୍ ଅନନ୍ତ ଜେନା, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍ଙ୍କ ସମେତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଅଧିକାରୀ ଉପସ୍ଥିତ ଥିଲେ ।