୧୭ଟି ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ସହରାଞ୍ଚଳ ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ ପରିଚାଳିତ ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି। ୨୦୧୫ ଏପ୍ରିଲ୍  ପହିଲାରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଆଜିର ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ଯୋଜନାରେ ପ୍ରତିଦିନ ୧ ଲକ୍ଷ ଲୋକ ଉପକୃତ ହେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକାର୍ପଣ ସମୟରେ ଭିଡିଓ କନ୍ ଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନୂତନ ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି