ଭଲ ମଣିଷ ହେବାକୁ ଚେଷ୍ଟାକର,ବାମା, ମା’ଙ୍କ ସ୍ୱପ୍ନ ପୁରଣ କର: ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ପିଲାମାନେ ତୁମେ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖ ନାହିଁ । ଆଜିକାଲି ହେଉଛି ଜ୍ଞାନର ଯୁଗ । ତେଣୁ ସବୁବେଳେ ଜ୍ଞାନକୁ ଅପଡେଟ୍ ରଖ । କ୍ରୀଡା, ନୃତ୍ୟ, ସଂଗୀତ, କଳା ଓ ସମାଜସେବା ଯାହା ତୁମକୁ ଭଲ ଲାଗୁଛି, ସେଥିରେ ଉକ୍ରର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କର । ଶିଶୁ ଦିବସ ଅବସସମ୍ରୋଜଧାନୀରେ ଚାଲିଥିବା ସୁରଭି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ପିଲାମାନଙ୍କୁ ଏମିତି ପରାମର୍ଶ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ପିଲାମାନଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନରେ ସମସ୍ୟା ରହିବ, କିନ୍ତୁ ତାକୁ ସାହସର ସହ ମୁକାବିଲା କର । True education is that which empowers us to face the challenges of life with a positive attitude. ତେଣୁ ଆତ୍ମ ବିଶ୍ୱାସର ସହ ଆଗକୁ ବଢ । ସକାରାତ୍ମକ ମନୋଭାବ ନେଇ କାମ କର । ସଫଳତା ତୁମର ହିଁ ହେବ । ଭଲ ମଣିଷ ହେବାକୁ ଚେଷ୍ଟାକର । ବାମା, ମା’ଙ୍କ ସ୍ୱପ୍ନ ପୁରଣ କର । ସେହିପରି ଶିକ୍ଷାର ବିକଳ୍ପ ନାହିଁ । ତେଣୁ ପାଠ ପଢା ଜାରି ରଖ । ସବୁ ଦିନ ସ୍କୁଲ ଯିବ । ଅନ୍ୟ ମାନଙ୍କୁ ସ୍କୁଲ ଆସିବାକୁ ଉତ୍ସାହିତକର ବୋଲି ସୁରଭି କାର୍ଯ୍ୟକ୍ରମରେ ପିଲାମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପଚାରି ଥିଲେ, ପିଲାମାନେ ଏ ବର୍ଷର ସୁରଭି କାର୍ଯ୍ୟକ୍ରମ ତୁମକୁ ଭଲ ଲାଗିତା ତ ?
ଉତ୍ତରରେ ପିଲାମାନେ କହିଥିଲା ବହୁତ ଭଲ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୃକ୍ଷରୋପଣ କରିବା ସହ, ଷ୍ଟଲ ବୁଲି ଦେଖିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍ୃତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ଅଶୋକ ପଣ୍ଡା ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରମୁଗମ ସ୍ୱାଗତ ଭାଷଣ ଓ ନର୍ଦ୍ଦେଶକ ବିଏସ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ ।