ସୁରଟ ଓଡିଆଙ୍କ ମନ ଜିଣିଲେ ନବୀନ, +୨ କଲେଜ ଖୋଲିବାକୁ କଲେ ଘୋଷଣା,କଲଚରାଲ ସେଣ୍ଟର ଲାଗି ଦେଲେ ୧୦ କୋଟି

ସୁରତ : ସୁରଟରେ ରହୁଥୁବା ଓଡିଆଙ୍କ ପାଖରେ ମୁଖ୍ୟମନ୍ତ୍ରୀ । ଓଡିଆ ମହୋତ୍ସବ ଆୟୋଜନ କରି ଓଡିଶା ଛାଡି ସୁରଟରେ ରହୁଥିବା ଓଡିଆଙ୍କ ମନ କଥା ବୁଝିଛନ୍ତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟରେ ବାସ କରୁଥିବା ଓଡ଼ିଆଙ୍କ ମନ କିଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜଓ୍ୱାଡିଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଭିନ୍ନ ଘୋଷଣା କରିଛନ୍ତି। ସେଠାକାର ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇବା ଓ +୨ କଲେଜ ଖୋଲିବା ନେଇ ସେ ଘୋଷଣା କରିଛନ୍ତି।

ସେହିପରି ସୁରଟରେ ଓଡ଼ିଶା କଲଚରାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟିର ସହାୟତା ଘୋଷଣା କରିଛନ୍ତି। ଏଥିପାଇଁ ଜାଗା ଦେବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିବା କହିଛନ୍ତି। ଏହାଛଡ଼ା ବ୍ରହ୍ମପୁରରୁ ସୁରଟକୁ ଟ୍ରେନ୍‌ ଓ ଭୁବନେଶ୍ୱର ସୁରଟ ମଧ୍ୟରେ ସିଧା ବିମାନ ସେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା କଥା ମଧ୍ୟ ନବୀନ ଦୋହରାଇଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ସାରା ବିଶ୍ୱ ବାପୁଜୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛି । ବାପୁଙ୍କ ଜନ୍ମଭୂମୀକୁ ଆସି ସେ ବହୁତ ଖୁସି ଅନୁଭବ କରୁଛନ୍ତି । ବାପୁଜୀ ଥିଲେ ଅହିଂସାର ପୂଜାରୀ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସମ୍ବିଧାନରେ ଅହିଂସାକୁ ସ୍ଥାନ ଦେଲେ ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଅହିଂସା ସହିତ ଶାନ୍ତି ଓ ଶାନ୍ତି ସହିତ ବିକାଶର ସମ୍ପର୍କ ରହିଛି । ବିକାଶ ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆଙ୍କ ଦକ୍ଷତା ଆଜି ଓଡ଼ିଶାର ପରିଚୟ ପାଲଟିଛି । ଓଡ଼ିଶାର କଳା ସଂସ୍କୃତି ସହିତ କୁଶଳୀ ମାନବସମ୍ବଳ ଆଜି ଓଡ଼ିଶାର ପରିଚୟ ହୋଇପାରିଛି । ଓଡ଼ିଆ ଜାତି ଆତ୍ମବିଶ୍ୱସର ସହ ଆଗକୁ ବଢୁଛି । ସୁରତରେ ବହୁ ଓଡ଼ିଆ ଭାଇଭଉଣୀ ରହିଛନ୍ତି । ଓଡ଼ିଶା ଓ ଗୁଜରାଟ ଦୁଇ ରାଜ୍ୟର ବିକାଶରେ ଆପଣମାନଙ୍କର ଅବଦାନ ରହିଛି । ସେଠାରେ ଥିବା ଓଡ଼ିଆଙ୍କ ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁରତରେ ଖୁବଶୀଘ୍ର + ୨ କଲେଜ ଖୋଲାଯିବା ପାଇଁ ଚେଷ୍ଟା ଚାଲିଛି । ଏହାସହ ଓଡ଼ିଶା ପିଲାମାନେ ସୁରତରେ ରହି ମାଟ୍ରିକ ପରୀକ୍ଷା ଦେବା ବିଷୟରେ ବିଚାର କରାଯାଉଛି । ସୁରତର ଓଡ଼ିଆ ପିଲାଙ୍କ ପାଇଁ ଓଡ଼ିଶା ସରକାର ପାଠ୍ୟ ପୁସ୍ତକ ଯୋଗାଇଦେବେ । ସୁରତରେ ଓଡ଼ିଆ କଲ୍ଚରାଲ ସେ ସେଠାରେ ପାଖାପାଖି ୧୫୦ରୁ ଅଧିକ ପିଲା ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୩୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଡିସ୍ଚାର୍ଜ ଟିକେଟ ଦେଇଥିଲେ ।

ସୂଚନା ଅନୁଯାୟୀ, ପୂର୍ବରୁ ଓଡ଼ିଶା ସରକାର ସତ୍ୟସାଇ ହସ୍ପିଟାଲ ସହ ଏକ ଏମ୍ଓୟୁ ସାକ୍ଷର କରିଥିଲେ । ଏହାଦ୍ୱାରା ହୃଦରୋଗରେ ପୀଡ଼ିତ ପିଲାମାନଙ୍କୁ ମାଗଣାରେ ଚିକିତ୍ସା କରାଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉତ୍ସବରେ ୪ ଜଣ ମନ୍ତ୍ରୀ, ୫ ଜଣ ସାଂସଦ ଓ ୧୦ ଜଣ ବିଧାୟକ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଛନ୍ତି । ସେଠାରେ ଥିବା ୭ ଲକ୍ଷ ଓଡ଼ିଆଙ୍କ ମଧ୍ୟରୁ ୬୦ପ୍ରତିଶତ ଗଞ୍ଜାମ ଜିଲ୍ଲାର । କିଛି ଓଡ଼ିଆ ଗୁଜୁରାଟର ଭୋଟର ହୋଇଥିବାବେଳେ ଆଉ କିଛି ଓଡ଼ିଶାର । ସୁରତର ଅମୃଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇ ଥିଲା । ଓଡ଼ିଶା ମହୋତ୍ସବ ସୁରତରେ ମହା ଆଡ଼ମ୍ବର ସହକାରେ ଆୟୋଜନ କରାଯାଇ ଥିଲା । ସଭାସ୍ଥଳରେ ଖଚାଖଚ୍ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ସୁରତ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।