୨୦୧୯ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଜନମତ ସର୍ଭେ ତାଲିକାରେ ନବୀନ,ଜୋର ଧରିଲା ରାଜ୍ୟ ରାଜନୀତି

ଭୁବନେଶ୍ବର : ୨୦୧୯ରେ ଦେଶବାସୀ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୋଦି, ରାହୁଲ ନା ଆଞ୍ଚଳିକ ଦଳର ନେତାଦେଶର  ଶାସନ ଡୋରି କାହା ହାତରେ ରହିବା ଦରକାର ସେ ନେଇ ଜଣାଶୁଣା ନିର୍ବାଚନ ବିଶ୍ଳେଷକ ପ୍ରଶାନ୍ତ କିଶୋର ଆରମ୍ଭ କରିଛନ୍ତି ପ୍ରକ୍ରିୟା ପ୍ରଶାନ୍ତ କିଶୋର ଏଥିପାଇଁ ପ୍ରସ୍ତୁତ କରିଛନ୍ତି ଏକ ପ୍ଲାଟଫର୍ମ ଭୋଟିଂ ମାଧ୍ୟମରେ କେଉଁ ପ୍ରସଙ୍ଗରେ କେଉଁ ନେତା ଦେଶର  ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ, ତାର ଫଳାଫଳ ଖୁବ୍‌ ଶିଘ୍ର ପ୍ରକାଶ କରିବେ ପ୍ରଶାନ୍ତ  ।

ଦେଶର ପ୍ରଧାନମନ୍ତ୍ରୀ ହେବାକୁ କିଏ ଯୋଗ୍ୟତମ ପ୍ରାର୍ଥୀ ? କିଏ ଦେଶର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ? ୨୦୧୯ ନିର୍ବାଚନରେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି ଭୋଟର।  ଏସବୁ ପ୍ରସଙ୍ଗକୁ ନେଇ ୧୧ଜଣ ବଡନେତାଙ୍କ ଉପରେ ଆରମ୍ଭ ହୋଇଛି ମତାମତ । ତାଲିକାରେ ଅଛନ୍ତି ନରେନ୍ଦ୍ର ମୋଦି , ରାହୁଲ ଗାନ୍ଧି, ନବୀନ ପଟ୍ଟନାୟକ, ନୀତିଶ କୁମାର, ମମତା ବାନାର୍ଜୀ, ମାୟାବତୀ, ଅଖିଲେଶ ଯାଦବ, ଅରବିନ୍ଦ କେଜରୀଓ୍ବାଲ, ଶରଦ ପାଓ୍ବାର, ଦେବଗୌଡା, ଓ ସୀତାରାମ ୟଚୁରୀ। ଦେଶର ଜଣେ ବଡ ରାଜନୈତିକ ବିଶାରଦ ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର ତାଙ୍କ ଓ୍ବେବସାଇଟ ମାଧ୍ୟମରେ ଏଭଳି ଏକ ସର୍ଭେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଅଗଷ୍ଟ ୧୫ରେ ଫଳ ସ୍ପଷ୍ଟ କରିବେ ପ୍ରଶାନ୍ତ କିଶୋର। ତା ପୂର୍ବରୁ ବିଜେଡି କହିଛି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ପରିଚିତ । ତାଙ୍କର ସ୍ବଛ ଶାସନ ଓ ବିକାଶକୁ ସମସ୍ତେ ଗ୍ରହଣ କରୁଛନ୍ତି ।ନବୀନ ଶ୍ରେଷ୍ଟ ପ୍ରଶାସକ ଓ ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ସାରା ଦେଶରେ ଜଣାଶୁଣା ।  ଏଭଳି ଖବର ନିହାତି ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟ ବାସୀଙ୍କୁ ଗର୍ବୀତ କରିଛି । ହେଲେ ନବୀନ ରାଜ୍ୟ ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । ଏମିତି ବି ଆମେ ସମଦୂରତା କଥାରେ ରହିଛି ବୋଲି ବିଜେଡି ମୁଖପାତ୍ତ ସମୀର ଦାସ ମତ ରଖଇଛନ୍ତି ।  ।ସେପଟେ କଂଗ୍ରେସ କହିଛି ବିଜେଡି କାହା ସହିତ ଯିବ ସ୍ପଶ୍ଟ ହେବା ଦରକାର । କଂଗ୍ରେସର ମତ କଣ ହେବ ତାହା ସେ ସମୟ ଆସିଲେ ଜଣା ପଡିବ । ହେଲେ ଓଡିଶା ଓ ଓଡିଆ ହିସାବରେ ନବୀନ ଯଦି ଏମିତି ପ୍ରୟାସ କରିବେ ଆମେ ସ୍ବାଗତ କରିବୁ ବୋଲି କଂଗ୍ରେସ ନେତା ଆର୍ଯ୍ୟକୁମାର ଗ୍ୟାଂନେନ୍ଦ୍ର କହିଛନ୍ତି ।  ସେପଟେ ବିଜେପି କହିଛି ଯିଏ ରାଜ୍ୟ ଭଲଭାବରେ ଚଳାଇ ପାରୁ ନାହାନ୍ତି ସେ କେମିତି ଦେଶ ଚଳାଇବେ । ଦେଶରେ ଏବେ ମୋଦିଙ୍କ ବିକଳ୍ପ ନାହାନ୍ତି । ୨୦୧୯ରେ ଏକଥା ପୁଣି ଥରେ ସ୍ପଷ୍ଟ ହେବ ବୋଲି ବିଜେପି ସାଧାରଣ ସଂପାଦକ ପୃର୍ଥୀରାଜ ହରିଚନ୍ଦନ କହିଛନ୍ତି ।

ନ୍ୟାସନାଲ ଏଜେଣ୍ଡା ଫୋରମ ବ୍ୟାନର​‌ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ପ୍ରଶାନ୍ତ କିଶୋର। ଏଥିରେ ଗାନ୍ଧୀଙ୍କର ୧୮ସୂତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମିକ ସୁରକ୍ଷା, ସମ୍ପ୍ରଦାୟୀକତା, ଗ୍ରା​‌ମ୍ୟ ପରିମଳ, ମଦ ନିରୋଧ, ମହିଳା କୃଷକ ସଶକ୍ତିକରଣ ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଛି । ଏଥିରୁ ୧୦ଟିକୁ ପ୍ରାଥମିକତା ଦେଇ ତା ସମାଧାନ ପାଇଁ କେଉଁ ନେତା ଫିଟ ସେଥିରେ ଭୋଟ ଦେବାର ବ୍ୟବସ୍ଥା ଅଛି। ପୂର୍ବରୁ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି, ନୀତିଶ କୁମାର, ଅଖିଳେଶ ଯାଦବ ଆଦି ନେତାଙ୍କ ପାଇଁ ନିର୍ବାଚନରେ କାମ କରିସାରିଛନ୍ତି ପ୍ରଶାନ୍ତ ।

ଦେଶର ନେତା କିଏ ହେବ ତାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ପୋଷ୍ଟ ପୋଲ୍ କଥା ଏବେଠୁ ଚିନ୍ତା କଲାଣି। ରାହୁଲ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂଖ୍ୟା ନମିଳିଲେ ଆଞ୍ଚଳିକ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ବିଜେପିକୁ ରୋକିବାକୁ ନିଷ୍ପତି ହୋଇଛି ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି।