ଭୁବନେଶ୍ବର : ଲଗାତାର ୪ଟି ଟର୍ମ ନିର୍ବାଚନ ଜିତି ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀ ଏଥର ତାଙ୍କ ନିର୍ବାଚନ ଲଢିବା ରଣନୀତି ବଦଳାଇଛନ୍ତି । ହିନ୍ଝିଳିରୁ ଲଢି ୪ ଥର ବିଜୟୀ ହୋଇଥିବା ନବୀନ ଏଥର କିନ୍ତୁ ଖାଲି ହିଞ୍ଜିଳି ଉପରେ ଭରସା କରିପାରି ନାହାନ୍ତି ନବୀନ । ହିନ୍ଝିଳି ସହ ବରଗଡର ବିଜେପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାରେ କଂଗ୍ରେସ ୋ ବିଜେପିର ଟିକେ ସଙ୍ଗଠନ ବଢିଛି । ତେଣୁ ସେଠାରେ ଦଳର ପ୍ରଦର୍ଶନ ଭଲ କରିବାକୁ କୁଆଡେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା କାର୍ଡ ଖେଳିଛନ୍ତି ବୋଲି କୁହାଯାଉଛି । ଗତ ଉପ ନିର୍ବାଚନ ବେଳେ ବିଜେପୁରକୁ ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ବୋଲି ଘୋଷଣା କରିଥିଲେ ନବୀନ ।
ପଶ୍ଚିମ ଓଡିଶାର ଲେଖକ, ବୁଦ୍ଧିଜୀବୀଙ୍କ ସହ କିଛି ଦଳୀୟ ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବାକୁ ଅନୁରେ।ଧ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ।